ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନୂଆ ଗାଇଡଲାଇନ୍ସ ଜାରି କରାଯାଇଛି ।ୟୁଜିସି ମୁତାବକ, ଏଣିକି ଚାରି ବର୍ଷିଆ ୟୁଜି ଡିଗ୍ରୀ ନେଇଥିବା ଛାତ୍ରଛାତ୍ରୀମାନେ ଏକ ବର୍ଷିଆ ପିଜି କୋର୍ସ କରିପାରିବେ । ସେଥିପାଇଁ ଛାତ୍ରଛାତ୍ରୀଙ୍କୁ କୋର୍ସ ମୋଡ଼ ଓ ବିଷୟ ବାଛିବାର ବିକଳ୍ପ ମିଳିବ । ପୋଷ୍ଟ ଗ୍ରାଜୁଏସନ କୋର୍ସ ପାଇଁ ୟୁଜିସି ପକ୍ଷରୁ ଏକ ନୂଆ ସିଲାବସ୍ ଲଞ୍ଚ କରାଯିବ । ଏହି କୋର୍ସ ପାଇଁ ୟୁଜିସି ପକ୍ଷରୁ ନୂଆ ଫ୍ରେମୱାର୍କ ପ୍ରସ୍ତୁତ କରାଯାଇଥିବା ବେଳେ ଚଳିତ ମାସରେ ଏହାକୁ ଆରମ୍ଭ ପାଇଁ ୟୁଜିସି ଅନୁମୋଦନ ପ୍ରଦାନ କରିଛି । ଏଥିସହିତ ଏହି ପ୍ରସଙ୍ଗରେ ବିଭିନ୍ନ ହିତାକାଂକ୍ଷୀଙ୍କଠାରୁ ପ୍ରତିକ୍ରିୟା ଗ୍ରହଣ ନେଇ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି ।ଯଦି କୌଣସି ଛାତ୍ରଛାତ୍ରୀ ଏକ ବର୍ଷ ପାଠପଢ଼ା ସମାପ୍ତ କରିବା ପରେ ପାଠପଢ଼ା ଛାଡ଼ିବାକୁ ଚାହିଁବେ ତେବେ ଏନଇପି-୨୦୨୦ରେ ଏନେଇ ପିଜି ଡିପ୍ଲୋମାର ବିକଳ୍ପ ରହିଛି । ମାତ୍ର ଏବେ ୪ ବର୍ଷିଆ ଡିଗ୍ରୀ ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ପିଜି କୋର୍ସ ଏକ ବର୍ଷର ହେବ । ଏଥିସହିତ ତିନି ବର୍ଷିଆ ଡିଗ୍ରୀ କୋର୍ସ ପାସ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ବର୍ଷିଆ ପିଜି କୋର୍ସ ଜାରି ରହିବ । ଗ୍ରାଜୁଏସନ କୋର୍ସ ପାଇଁ ଅଧ୍ୟୟନ କରିଥିବା କୌଣସି ବିଷୟକୁ ଛାତ୍ରଛାତ୍ରୀ ପିଜିର ବିକଳ୍ପ ଭାବେ ବାଛି ପାରିବେ । ଯେଉଁମାନେ ମେଜର ଓ ମାଇନର ସହିତ ୟୁଜି କୋର୍ସ ପାସ କରିଥିବେ, ସେମାନେ ମାଷ୍ଟର୍ସ ପ୍ରୋଗ୍ରାମରେ ମେଜର ବା ମାଇନର ବିଷୟ ବାଛି ପାରିବେ । ଶିକ୍ଷାର୍ଥୀଙ୍କୁ ନିଜ ନିଜ ପସନ୍ଦର ବିଷୟ ବାଛିବାର ସୁଯୋଗ ମିଳିବ ବୋଲି ଗାଇଡଲାଇନ୍ସରେ କୁହାଯାଇଛି । ଏକ ବର୍ଷ ପରେ ପାଠ ଛାଡ଼ିବାକୁ ଚାହିଁଲେ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post