ସାରା ଦେଶରେ ନେସନାଲ ହାଇୱେ ସମେତ କିଛି ସାଧାରଣ ରାସ୍ତାରେ ମଧ୍ୟ ଟୋଲ ଟାକ୍ସ ଦେବାକୁ ପଡ଼େ । ତେବେ ବର୍ତ୍ତମାନ ଏହି ଟୋଲ ଟାକ୍ସରେ ୧୦୦% ଛାଡ଼ ହୋଇପାରିବ । ରାଜମାର୍ଗରେ ଏହି ଟୋଲ ଟାକ୍ସ ନ ଦେଇ ଯାତ୍ରା କରିପାରିବେ ଦିବ୍ୟାଙ୍ଗ ଗାଡ଼ି ଚାଳକ । ତେବେ ଏହି ନିୟମ କେବଳ ଗୋଟିଏ ରାଜ୍ୟରେ ଲାଗୁ ହେବା ନେଇ ଘୋଷଣା କରାଯାଇଛି । ଏହି ରାଜ୍ୟରେ ଦିବ୍ୟାଙ୍ଗ ଗାଡ଼ିଚାଳକମାନଙ୍କୁ ମାଗଣା(ଟୋଲ ଟାକ୍ସ ବ୍ୟତୀତ) ଯାତାୟତର ସୁବିଧା ଦେବେ ରାଜ୍ୟ ସରକାର ।ଟୋଲ ଟାକ୍ସ ଚାଡ଼କୁ ନେଇ ଏଭଳି ଏକ ଘୋଷଣା କରିଛନ୍ତି ପଞ୍ଜାବ ସରକାର । ରାଜ୍ୟର ମହିଳା ଏବଂ ବାଲ ବିକାଶ ମନ୍ତ୍ରୀ ଡା. ବଲଜୀତ କୌର କହିଛନ୍ତି ଯେ, ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ପଞ୍ଜାବର ରାଷ୍ଟ୍ରୀୟ ରାଜମାର୍ଗରେ ଟୋଲରେ ୧୦୦% ଛାଡ଼ କରାଯାଇଛି । ତେବେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ବାହନଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହୋଇପାରିବ । ମୋଟର ଭେହିକିଲ ଆକ୍ଟ, ୧୯୮୮ ଏବଂ ଏହା ଅଧୀନରେ ପ୍ରସ୍ତୁତ ନିୟମ ଅନୁସାରେ, ଦିବ୍ୟାଙ୍ଗଙ୍କ ନାମରେ ରେଜିଷ୍ଟର ହୋଇଥିବା ଯାନବାହନ ପାଇଁ ଟୋଲ ପ୍ଲାଜାରେ ୧୦୦% ଛାଡ଼ କରାଯିବ । ତେବେ ଭିନ୍ନକ୍ଷମମାନଙ୍କୁ ନିଜ ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ ଇତ୍ୟାଦି ଡିପୋଜିଟ କରିବାକୁ ପଡ଼ିବ ।ଏହାପରେ ଡା. ବାଲଜୀତ କହିଛନ୍ତି ଯେ, ସମସ୍ତ ଭିନ୍ନକ୍ଷମ ବ୍ୟକ୍ତିମାନେ ନିଜର ନୂଆ/ପୁରୁଣା ଗାଡ଼ିକୁ ଦିବ୍ୟାଙ୍ଗଜନ ଭାବରେ ପରିବହନ ବିଭାଗରେ ଆବେଦନ ପତ୍ର ଦେଇ ପଞ୍ଜୀକୃତ କରାଇ ପାରନ୍ତି ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post