ୟୁଜିସି-ନେଟ ଜୁନ୍ ୨୦୨୪ ପଞ୍ଜିକରଣର ଶେଷ ତାରିଖ ପୁଣି ବୃଦ୍ଧି କରାଯାଇଛି । ପ୍ରାର୍ଥୀମାନେ ମେ ୧୯ ତାରିଖ ସୁଦ୍ଧା ଏଥିପାଇଁ ଆବେଦନ କରିପାରିବେ । ଯେଉଁ ପ୍ରାର୍ଥୀମାନେ ବର୍ତ୍ତମାନ ସୁଦ୍ଧା ୟୁଜିସି-ନେଟ ଆବେଦନ କରିନାହାନ୍ତି ସେମାନେ ନିମ୍ନରେ ପ୍ରଦତ୍ତ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ମେ ୨୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ପରୀକ୍ଷା ଫିସ୍ ଜମା କରିପାରିବେ । ମେ ୨୧ରୁ ୨୩ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ନିଜ ନିଜର ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ ।ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ୟୁଜିସି-ନେଟ ୨୦୨୪ ପଞ୍ଜିକରଣ ତାରିଖ ବୃଦ୍ଧି କରାଯାଇଥିଲା । ପ୍ରଥମେ ଜୁନ ୧୬ରେ ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଜୁନ୍ ୧୮ରେ ପରୀକ୍ଷା ହେବା ନେଇ ରିଶ୍ୟୁଡଲ କରାଯାଇଥିଲା । ପ୍ରଥମେ ଅନଲାଇନ୍ ଆପ୍ଲିକେସନ ସବମିସନର ଶେଷ ତାରିଖ ମେ ୧୦ ରହିଥିବା ବେଳେ ପରେ ତାହାକୁ ମେ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସ୍ୱୀକୃତିପ୍ରାପ୍ତ ଯେ କୌଣସି ବିଶ୍ୱବିଦ୍ୟାଳୟ / ଶିକ୍ଷାନୁଷ୍ଠନୁଷ୍ଠାନରୁ ମାଷ୍ଟର ଡିଗ୍ରୀ କିମ୍ବା ସମତୂଲ୍ୟ ପରୀକ୍ଷାରେ ପାସ୍ କରିଥିବା ପ୍ରାର୍ଥୀମାନେ ୟୁଜିସି-ନେଟ୍ ପାଇଁ ଆବେଦନ କରିପାରବେ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post