ୟୁଜିସି ପକ୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନଙ୍କ ପାଇଁ ଏକ ନୂଆ ଚେକ ଲିଷ୍ଟ ଜାରି କରାଯାଇଛି । ବିଶ୍ୱବିଦ୍ୟାଳୟର ୱେବସାଇଟକୁ ବିଶ୍ଲେଷଣ କରାଯିବା ପରେ ଆୟୋଗ ଏହି ଲିଷ୍ଟ ଜାରି କରିଛନ୍ତି । ଏଣିକି ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ଏନେଇ ଅପଡେଟ୍ କରିବାକୁ ପଡ଼ିବ ।ଛାତ୍ରଛାତ୍ରୀ, ଅଭିଭାବକ, ରିସର୍ଚ୍ଚ ସ୍କଲାର୍ସ, ସରକାରୀ ଅଧିକାରୀ ଓ ପୂର୍ବ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଶ୍ୱବିଦ୍ୟାଳୟର ୱେବସାଇଟରୁ ତଥ୍ୟ ପ୍ରାପ୍ତ କରିବା ନେଇ ସମସ୍ୟାର ସାମ୍ନା କରିଥିଲେ । ତେଣୁ ଏଭଳି ସମସ୍ୟାକୁ ଧ୍ୟାନରେ ରଖି ୱେବସାଇଟକୁ ଅପଡେଟ କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ମିଶନ ମୋଡ଼ରେ କାମ କରିବାକୁ ଆୟୋଗଙ୍କ ପକ୍ଷରୁ କୁହାଯାଇଛି । ଚେକଲିଷ୍ଟରେ ୧୧ଟି କ୍ୟାଟୋଗୋରୀ ବିଷୟରେ କୁହାଯାଇଛି । ଆଡମିଶନ ଫର୍ମୂଲା ପ୍ରସ୍ତୁତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଛାତ୍ରଛାତ୍ରୀଙ୍କୁ ଜରୁରୀ ଟେଲିଫୋନ ନମ୍ବର, ୱେବସାଇଟ ଓ ବିଶ୍ୱବିଦ୍ୟାଳୟ ଲୋକପାଳ ବିଷୟରେ ସବୁ ତଥ୍ୟ ଜଣାଥିବା ଦରକାର ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post