ରାଜ୍ୟର ୩୧ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିବେ । ଚଳିତ ବର୍ଷ ଏହି ପ୍ରକ୍ରିୟାରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇଥିବା ବେଳ ୨ ବର୍ଷିଆ ବି.ଏଡ ଓ ଏମ.ଏଡ ପାଠ୍ୟକ୍ରମରେ ନାମଲେଖାଯିବ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାମ୍ସ ପୋର୍ଟାଲରେ ସୂଚନା ଦିଆଯାଇଛି ।ଇଚ୍ଛୁକ ଛାତ୍ରଛାତ୍ରୀମାନେ ଜୁନ୍ ୧୦ ତାରିଖ ମଧ୍ୟରେ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ । ଜୁଲାଇ ୨୪ରେ ବି.ଏଡ, ବିଏଚଏଡ ଓ ୨୫ରେ ଏମ.ଏଡ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏଥିରେ ଆବେଦନ କରିଥିବା ପ୍ରାର୍ଥୀମାନେ ଜୁଲାଇ ୧୫ ପୂର୍ବାହ୍ନ ୧୧ଟା ପରେ ପୋର୍ଟାଲରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଚଳିତ ଶିକ୍ଷାବର୍ଷ ଠାରୁ କୋରାପୁଟ ଡିଏଭି କଲେଜ ଅଫ୍ ଟିଚର ଏଜୁକେସନରେ ୧୦୦ଟି ସିଟରେ ୨ ବର୍ଷିଆ ବିଏଡ ଓ ଏମ.ଏଡ ପାଠ୍ୟକ୍ରମ, ସମ୍ବଲପୁର ଡ. ପର୍ଶୁରାମ ମିଶ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଷ୍ଟଡିଜ ଇନ୍ ଏଜୁକେସନରେ ୫୦ଟି ସିଟରେ ୨ ବର୍ଷିଆ ଏମ.ଏଡ୍ ପାଠ୍ୟକ୍ରମ ଓ ଅନୁଗୁଳ ନବକୃଷ୍ଣ ଚୌଧରୀ କଲେଜ ଅଫ୍ ଟିଚର ଏଜୁକେସନରେ ୨ ବର୍ଷିଆ ଏମ.ଏଡ ପାଠ୍ୟକ୍ରମକୁ ସାମିଲ କରାଯାଇଛି ।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
Prev Post