ଭାରତର ଯବାନ ଭାବରେ ଦେଶ ସେବା କରିବା ପାଇଁ ଇଚ୍ଛୁକ ଯୁବକମାନଙ୍କ ପାଇଁ ବମ୍ପର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ମାଟ୍ରିକ କିମ୍ବା ଦ୍ୱାଦଶ ପାସ୍ କରିଥିବା ପିଲାମାନଙ୍କ ପାଇଁ ସରକାରୀ ଚାକିରିର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଭାରତୀୟ ସେନାରେ ନିଯୁକ୍ତି ପାଇବାର ଏକ ବଡ଼ ସୁଯୋଗ ପାଇପାରିବେ ଯୁବକ । ସାରା ଦେଶରେ ରାଲି ଆୟୋଜନ କରିବା ପାଇଁ ଯାଉଛି ଭାରତୀୟ ସେନା । ଆପଣ ଯଦି ଇଚ୍ଛୁକ ଅଛନ୍ତି, ତେବେ ଏହାର ଅଫିସିଆଲ ୱେବସାଇଟ ରେ ଯାଇ ଭାରତୀୟ ସେନାର ଲାଟେଷ୍ଟ ଓପନ ରାଲି ୨୦୨୪-୨୫ ସହିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇପାରିବେ । ଦେଶରେ ବିଭିନ୍ନ ପଦ ପାଇଁ ନୋଟିଫିକେସନ୍, ସିଲେକ୍ସନ ଏବଂ ଆପ୍ଲିକେସନ ପ୍ରସେସ ସହ ଭାରତୀୟ ସେନା ଭର୍ତ୍ତି ଅଭିଯାନ ଆରମ୍ଭ ହୋଇଯାଇଛି ।ଭାରତୀୟ ସେନା ଏହି ଭର୍ତ୍ତି ରାଲି ମାଧ୍ୟମରେ ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରଦାନ କରାଯିବ । ଭାରତୀୟ ସେନାରେ ନିଯୁକ୍ତି ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏହି ରାଲିରେ ସାମିଲ ହୋଇପାରିବେ । ତେବେ ଏହାସହିତ ଭାରତୀୟ ସେନା ରାଲିରେ ସାମିଲ ହେବା ପାଇଁ ପ୍ରାର୍ତୀମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା(ପିଇଟି) ବା ଶାରୀରିକ ମାନକ ପରୀକ୍ଷଣ(ପିଏସଟି) ପାସ୍ କରିବାକୁ ହେବ । ତେବେ ଏଥିରେ ସାମିଲ ହେବା ପାଇଁ ଯୋଗ୍ୟତା ମଧ୍ୟ ରହିଛି । ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦଶମ ତଥା ଦ୍ୱାଦଶ ପରୀକ୍ଷାରେ ପାସ୍ ହୋଇଥିବା ଆବଶ୍ୟକ । ଏହାପରେ ହିଁ ଜଣେ ପ୍ରାର୍ଥୀ ଏହି ରାଲିରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ।ତେବେ ଯୋଗ୍ୟ ପ୍ରାର୍ଥୀଙ୍କ ସନ୍ଧାନରେ ଭାରତୀୟ ସେନା ସାରା ଦେଶରେ ଏହି ରାଲିର ଆୟୋଜନ ଆରମ୍ଭ କରିଛି ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post