ଆସନ୍ତାବର୍ଷରୁ ମାଟ୍ରିକ ପିଲାଙ୍କ ପାଇଁ ବାର୍ଷିକ ୨ ଥର ବୋର୍ଡ ପରୀକ୍ଷା ଅନୁଷ୍ଠିତ କରିବା ନେଇ ଆଲୋଚନା ହେଉଛି । ଏଥିପାଇଁ ଲଜିଷ୍ଟିକ୍ସ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ କରିପାରେ ସିବିଏସଇ । ଆସନ୍ତା ଶିକ୍ଷାବର୍ଷରୁ ସେମିଷ୍ଟର ପ୍ରଣାଳୀକୁ ଖାରଜ କରିଥିବା ସୂଚନା ମିଳିଛି ।ରିପୋର୍ଟ ଅନୁଯାୟୀ, ସିବିଏସ୍ଇ ବର୍ତ୍ତମାନ ସ୍ନାତକୋତ୍ତର ଆଡମିଶନ କାର୍ୟ୍ୟସୂଚୀରେ ବାଧା ନ ଦେଇ ବୋର୍ଡ ପରୀକ୍ଷାର ଅତିରିକ୍ତ ସେଟ୍ ସ୍ଥାନିତ କରିବାକୁ ଏକାଡେମିକ୍ କ୍ୟାଲେଣ୍ଡରର ସଂରଚନା ଉପରେ କାର୍ୟ୍ୟ କରୁଛି। ନୂତନ ଜାତୀୟ ଶିକ୍ଷା ନୀତି (NEP ୨୦୨୦) ଅଧୀନରେ ଏହି ସମସ୍ତ ପରିବର୍ତ୍ତନ କରାଯାଉଛି । ଗତବର୍ଷ କେନ୍ଦ୍ର ସରକାର ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ, ଶିକ୍ଷା ପ୍ରଣାଳୀରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ନେଇ ଘୋଷଣା କରିଛି । ଏଥିରେ ୨୦୨୪ ଶିକ୍ଷାବର୍ଷ ପାଇଁ ପାଠ୍ୟପୁସ୍ତକକୁ ବିକଶିତ କରିବା ସହ ନୂଆ ପାଠ୍ୟକ୍ରମ ଡାଞ୍ଚାକୁ ସାମିଲ କରିବାକୁ ଯାଉଛି । ଏହି ନୂଆ ପାଠ୍ୟକ୍ରମ ଡାଞ୍ଚାରେ ବାର୍ଷିକ ୨ ଥର ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବା ଯୋଜନା ମଧ୍ୟ ସାମିଲ ରହିଛି ।ଗତବର୍ଷ ଛତିଶଗଡ଼ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଥିଲେ । ସେ କହିଥିଲେ ଯେ, ଆସନ୍ତାବର୍ଷରୁ ବାର୍ଷିକ ୨ ଥର ବୋର୍ଡ ପରୀକ୍ଷା ଆୟୋଜନ କରିବା ପ୍ରତିଶ୍ରୁତିକୁ ମୋହର ମାରିଛନ୍ତି ମାରିଛନ୍ତି । ୨୦୨୫-୨୬ ଶିକ୍ଷାବର୍ଷରୁ ମାଟ୍ରିକ ଏବଂ ଦସ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ୨ ଥର ବୋର୍ଡ ପରୀକ୍ଷାରେ ସାମିଲ ହେବାର ସୁଯୋଗ ମିଳିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଥିଲେ ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Prev Post
Next Post