ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଏବଂ ଟ୍ରେନିଂ(ଏନସିଇଆରଟି) ପାଠ୍ୟକ୍ରମରେ ପରିବର୍ତ୍ତନ ଏବଂ ବହି ବଦଳିବା ନେଇ ଖବର ପ୍ରକାଶ ପାଇବା ପରେ ସ୍ପଷ୍ଟୀକରଣ ଦେଇଛନ୍ତି ସରକାର। ଷଷ୍ଠ ଏବଂ ଏକାଦଶ ଶ୍ରେଣୀଗୁଡ଼ିକ ପାଇଁ ସଂଶୋଧିତ ଏନସିଇଆରଟି ପାଠ୍ୟ ପୁସ୍ତକ ପ୍ରକାଶ କରାଯିବ ବୋଲି ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଯାହାକୁ ମିଥ୍ୟ ଏବଂ ତଥ୍ୟ ବିହୀନ ଖବର ବୋଲି କହିଛନ୍ତି ସରକାର।ମାର୍ଚ୍ଚ ୨୦୨୪ ପ୍ରକାଶ କରାଯାଇଥିବା ସିବିଏସଇ’ର ସର୍କୁଲାର୍ ଅନୁଯାୟୀ ତୃତୀୟ ଏବଂ ଷଷ୍ଠ ଶ୍ରେଣୀ ବ୍ୟତୀତ ଅନ୍ୟ ସମସ୍ତ ଶ୍ରେଣୀ ପାଇଁ, ବିଦ୍ୟମାନ ପାଠ୍ୟକ୍ରମ କିମ୍ବା ପାଠ୍ୟପୁସ୍ତକରେ କୌଣସି ପରିବର୍ତ୍ତନ ହୋଇନାହିଁ। ବିଭ୍ରାନ୍ତିକର ତଥ୍ୟକୁ ଦୃଷ୍ଟିରେ ରଖି, ବିଦ୍ୟାଳୟଗୁଡ଼ିକ ପୁନର୍ବାର ପୂର୍ବ ଶିକ୍ଷା ବର୍ଷ (୨୦୨୩-୨୪) ପରି ଏହି ଶ୍ରେଣୀଗୁଡ଼ିକ ପାଇଁ ସମାନ ପାଠ୍ୟପୁସ୍ତକ ବ୍ୟବହାର ଜାରି ରଖିବାକୁ ସିବିଏସଇ ଦ୍ୱାରା ପରାମର୍ଶ ଦିଆଯାଇଛି।ଜୁଲାଇ ୨୦୨୪ ମଧ୍ୟରେ ଏନସିଇଆରଟି ଦ୍ୱାରା ସମସ୍ତ ଷଷ୍ଠ ଶ୍ରେଣୀ ପାଠ୍ୟପୁସ୍ତକ ଉପଲବ୍ଧ ହେବ । ଯେଉଁ ୨ ମାସର ସମୟ ସୀମାକୁ ଦର୍ଶାଯାଉଛି ତାହା ଭୁଲ୍। ପରୀକ୍ଷାମୂଳକ ଶିକ୍ଷଣ ପରିପ୍ରେକ୍ଷୀରେ ଅଭିଜ୍ଞତା ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଏବଂ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପୁରୁଣାରୁ ନୂତନ ପାଠ୍ୟକ୍ରମକୁ ସୁରୁଖୁରୁରେ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ଏନସିଇଆରଟି ଷଷ୍ଠ ଶ୍ରେଣୀ ପାଇଁ ସମସ୍ତ ୧୦ଟି ବିଷୟ କ୍ଷେତ୍ରରେ ଏକ ମାସ ବ୍ୟାପୀ ସେତୁ କାର୍ଯ୍ୟକ୍ରମ ଉପଲବ୍ଧ କରିସାରିଛି, ଯାହା ବର୍ତ୍ତମାନ ଶିକ୍ଷାଦାନ ପାଇଁ ବ୍ୟବହୃତ ହେଉଛି ।ଆରପିଡିସି ବାଙ୍ଗାଲୋର ତାମିଲନାଡୁ ସମେତ ସମସ୍ତ ଦକ୍ଷିଣ ଭାରତୀୟ ରାଜ୍ୟକୁ ସେବା ଯୋଗାଇଥାଏ ।
Trending
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
Prev Post
Next Post