ବଢ଼ିଲା ୟୁଜିସି ନେଟ୍‌ ଆବେଦନର ଅବଧି

ଏପରି କରନ୍ତୁ ଆପ୍ଲାଏ

??????????????????????????????????????????????????????????????????????????????

ୟୁଜିସି ନେଟ ପରୀକ୍ଷା ଲାଗି ଆଶାୟୀ ଅକ୍ଟୋବର ୩୧ ୨୦୨୩ ଯାଏ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏହାଛଡ଼ା ନଭେମ୍ବର ୧ରୁ ନଭେମ୍ବର ୩ ଯାଏ ଆପ୍ଲିକେସନରେ ପରିବର୍ତ୍ତନ କରିପାରିବେ। ପୂର୍ବରୁ ଏହି ତାରିଖ ଅକ୍ଟୋବର ୨୮ ଯାଏ ଥିଲା।ୟୁଜିସି ନେଟ୍‌ ପରୀକ୍ଷାର ଆୟୋଜନ ଡିସେମ୍ବର ୬ରୁ ଡିସେମ୍ବର ୨୨ ଯାଏ ଅନଲାଇନ୍‌ ମୋଡରେ କରାଯିବ। ପରୀକ୍ଷା ସକାଳ ୯ରୁ ୧୨ଟା ଯାଏ ଏବଂ ଅପରାହ୍ନ ୩ରୁ ୫ଟା ଯାଏ ହେବ। ୟୁଜିସି ନେଟ୍‌ ପେପର୍‌-୧ରେ ମୋଟ ୧୦୦ ଅଙ୍କର ୫୦ ପ୍ରଶ୍ନ ପଚରା ଯାଇଥାଏ। ସେହିଭଳି ଦ୍ୱିତୀୟ ପେପରରେ ସମ୍ବନ୍ଧୀତ ବିଷୟରେ ୨୦୦ ଅଙ୍କର ୧୦୦ ଅବ୍‌ଜେକ୍ଟିଭ୍‌ ଟାଇପ୍‌ ପ୍ରଶ୍ନ ପଚରାଯାଇଥାଏ। ଉଭୟ ପେପର ଲାଗି ୩ ଘଣ୍ଟା ସମୟ ମିଳିବ।