ଓଡ଼ିଶା ହାଇକୋର୍ଟ ତରଫରୁ ଗତ ବର୍ଷ ଡିସେମ୍ବର ମାସରେ ଜୁନିୟର ଗ୍ରେଡ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଏନେଇ ଡିସେମ୍ବର ମାସ ୮ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିଲା । ଗତ ୩ ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହାମଧ୍ୟରେ ଉକ୍ତ ପ୍ରିଲିମ୍ସ ରେଜଲ୍ଟ ଘୋଷଣା କରାଯାଇଛି ।ମୋଟ ୧୧୨ ଜଣ ପ୍ରାର୍ଥୀ ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ହେବାକୁ ଥିବା ଭାଷା ପରୀକ୍ଷା ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କର ରୋଲ ନମ୍ବର ଜାରି କରାଯାଇଛି । ଏପ୍ରିଲ ମାସ ୭ ତାରିଖରେ ଓଡ଼ିଶା ହାଇକୋର୍ଟର ନ୍ୟୁ କନଫରେନ୍ସ ହଲରେ ଲାଙ୍ଗୁଏଜ୍ ଟେଷ୍ଟ କରାଯିବ । ସକାଳ ୯ଟାରୁ ୧୧ଟା ମଧ୍ୟରେ ଏହି ଟେଷ୍ଟ କରାଯିବ । ପ୍ରାର୍ଥୀମାନେ ଆସନ୍ତା ୨୫ ତାରିଖ ଠାରୁ ଏପ୍ରିଲ ୭ ତାରିଖ ମଧ୍ୟରେ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।ଭାଷା ପରୀକ୍ଷାରେ ପ୍ରାର୍ଥୀଙ୍କୁ ୨ ଘଣ୍ଟା ମଧ୍ୟରେ ୧୦୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ । ଇଂରାଜୀ ରଚନା ୩୦୦ ଶବ୍ଦରେ ୩୦ ମାର୍କ, ପ୍ରେସିସ ଲିଖନ ୨୦ ମାର୍କ, ଇଂରାଜୀରୁ ଓଡ଼ିଆ ଅନୁବାଦ ୨୦ ମାର୍କ, ଓଡ଼ିଆର ଇଂରାଜୀ ଅନୁବାଦ ୨୦ ମାର୍କ, ଇଂରାଜୀ ଗ୍ରାମାର ୧୦ ମାର୍କ ରହିଛି ।
Trending
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post