ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ପ୍ରଫେସର ଅଫ୍ ପ୍ରାକ୍ଟିସ (ପିଓପି) ସଂଖ୍ୟା ବଢ଼ାଇବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସେଥିପାଇଁ ଅଲଗା ଅଲଗା କ୍ଷେତ୍ରର ବିଶେଷଜ୍ଞଙ୍କ ଠାରୁ ଆବେଦନ ପାଇଁ ନୋଟିଫିକେସନ ଜାରି କରାଯାଇଛି । ଏହି ପଦରେ ଭର୍ତ୍ତି ପାଇଁ ଶିକ୍ଷାନୁଷ୍ଠାନକୁ ଇଣ୍ଡଷ୍ଟ୍ରି ଓ ଏକ୍ସପର୍ଟଙ୍କୁ ଆଣିବା ଏହାର ଉଦ୍ଦେଶ୍ୟ ବୋଲି ୟୁଜିସି ଅଧ୍ୟକ୍ଷ ଏମ. ଜଗଦୀଶ କୁମାର କହିଛନ୍ତି ।ପିଓପି ପଦ ସଂଖ୍ୟା ବୃଦ୍ଧି ସହିତ ଏହାର ନିଯୁକ୍ତି ପାଇଁ ଭିନ୍ନ ଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ଠାରୁ ଆବେଦନ ଆହ୍ୱାନ କରାଯାଇଛି । ଏ ବାବଦରେ ସବିଶେଷ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ ଷଗ୍ଧଗ୍ଧକ୍ଟ୍ରଗ୍ଦ://କ୍ଟ୍ରକ୍ଟକ୍ଟ୍ର.ଙ୍କଶମ.ବମ.ସଦ୍ଭ/କୁ ଯାଇ ଚେକ୍ କରିପାରିବେ । ପିଇପି ହେବା ପରେ ପ୍ରାର୍ଥୀଙ୍କ ନିକଟରେ ନିଜ କ୍ଷେତ୍ରରେ ଅତିକମରେ ୧୫ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ ।ପିଓପି ପାଇଁ ୟୁଜିସି ନୂଆ ଗାଇଡଲାଇନ୍ସ ଜାରି କରିଛି । ୟୁଜିସି ମୁତାବକ, ଇଞ୍ଜିନିୟରିଂ, ବିଜ୍ଞାନ, ମିଡ଼ିଆ, ଲେକଚର, ସାମାଜିକ ବିଜ୍ଞାନ, ଲଳିତ କଳା, ସିଭିଲ ସେବା ଓ ସଶସ୍ତ୍ର ବଳ ପରି କ୍ଷେତ୍ରର ଅନୁଭବୀଙ୍କୁ ଏହି ଶ୍ରେଣୀରେ ନିଯୁକ୍ତି ଦିଆଯିବ । ସେଥିପାଇଁ ୟିଜିସି ନେଟ ବା ପିଏଚଡିର ଆବଶ୍ୟକତା ନାହିଁ । ପିଓପି କଣ୍ଟ୍ରାକ୍ଟ ପ୍ରାରମ୍ଭିକ ଭାବେ ୧ ବର୍ଷ ପାଇଁ ହୋଇପାରେ । କୌଣସି ସଂସ୍ଥାରେ ପିଓପି ସେବା ଅତିବେଶିରେ ୩ ବର୍ଷରୁ ଅଧିକ ହୋଇନପାରେ । କୌଣସି ବିଶେଷ ପରିସ୍ଥିତିରେ ଏହାକୁ ୧ ବର୍ଷ ପାଇଁ ବୃଦ୍ଧି କରାଯାଇପାରେ ।
Trending
- ପାକକୁ ମୋଦୀଙ୍କ ବ୍ରହ୍ମୋସ୍ ଚେତାବନୀ , ୟୁପିରେ ନିର୍ମାଣ ହେଉଛି କ୍ଷେପଣାସ୍ତ୍ର
- ଆଖି ବୁଜିଲେ ବଳଙ୍ଗା ପୀଡ଼ିତା,ଆଜି ଓଡ଼ିଶା ଆସିବ ମରଶରୀର
- ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
- ୨୦ ହଜାର ମହିଳା ଘେରିବେ ବିଧାନସଭା
- ଓଡ଼ିଶା ସମେତ ସମେତ ୬ଟି ରାଜ୍ୟର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
- ପ୍ରଧାନମନ୍ତ୍ରୀ ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ
- ପୁରୀ ଶରଧାବାଲି ଦଳଚକଟା ଘଟଣା , ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
- ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଆଉ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ
- ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର 6 ଟି ବୈଠକରେ ବଡ଼ ନିଷ୍ପତ୍ତି
- ଆସନ୍ତା କାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
Prev Post
Next Post