ସରକାରୀ ନିଯୁକ୍ତି ମୂଳକ ପରୀକ୍ଷାରେ ଅନିୟମିତତାକୁ ରୋକିବା ପାଇଁ ଲୋକସଭାରେ ଉପସ୍ଥାପିତ ହେଲା ବିଲ୍ । ସରକାର ଆଗତ କରିଥିବା ବିଲ ନା ରହିଛି ‘ଦ ପବ୍ଲିକ ଏକ୍ସାମିନେସନ ପ୍ରିଭେନସନ ଅଫ ଅନଫେୟାର’ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪ ଆଗତ କରିଛନ୍ତି । ଏହି ବିଲରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅନୈତିକ ପନ୍ଥା ଅବଲମ୍ବନ କରି ଧରାପଡ଼ିଲେ ସର୍ବାଧିକ ୧୦ ବର୍ଷ ଜେଲ ଓ ୧କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରସ୍ତାବ ରଖାଯାଇଛି । ପ୍ରଶ୍ନପତ୍ର ଲିକ ଘଟଣାରେ ମଧ୍ୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି । ସଙ୍ଗଠିତ ଗ୍ୟାଙ୍ଗ, ମାଫିଆ ଓ ଯେଉଁମାନେ ଅନିୟମିତତା କରୁଛନ୍ତି ସେମାନଙ୍କୁ ରୋକିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ରାଜସ୍ଥାନର ଶିକ୍ଷକ ନିଯୁକ୍ତି ପରୀକ୍ଷା, ଗୁଜରାଟରେ କନିଷ୍ଠ କିରାଣୀ ନିଯୁକ୍ତି ଓ ବିହାରରେ କନଷ୍ଟେବଳ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିଲା । ଏଥିପାଇଁ ପରୀକ୍ଷାକୁ ବାତିଲ ମଧ୍ୟ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ବିଲ୍ ଆଣିଛନ୍ତି ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା