NEET PG ପରୀକ୍ଷଣର କାର୍ଯ୍ୟସୂଚୀ ପୂର୍ବରୁ ଥରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଏହାପୂର୍ବରୁ ମାର୍ଚ୍ଚ ୩ରେ NEET PG 2024 ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏହାକୁ ଜୁଲାଇ ୭, ୨୦୨୪କୁ ଘୁଞ୍ଚାଯାଇଥିଲା। ତେବେ ବର୍ତ୍ତମାନ ଲୋକ ସଭା ନିର୍ବାଚନ ହେତୁ ଏହାର ତାରିଖ ପୁଣି ଥରେ ପରିବର୍ତ୍ତନ କରାଯାଇଛି।ସର୍ବଶେଷ ଅଦ୍ୟତନ ଅନୁଯାୟୀ, NEET PG 2024 ପରୀକ୍ଷା ତାରିଖ ମେ ୫ ରୁ ଜୁନ୍ ୨୩ ପର୍ଯ୍ୟନ୍ତ ସଂଶୋଧିତ ହୋଇଛି। ସେହିପରି କମିଶନ NEET PG 2023 ଫଳାଫଳ ତାରିଖ ଏବଂ NEET PG 2024 କାଉନସେଲିଂ କାର୍ଯ୍ୟସୂଚୀ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଏନେଇ ଜାତୀୟ ମେଡିକାଲ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଜାତୀୟ ମେଡିକାଲ କମିଶନଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, NEET PG ପାଇଁ ଇଣ୍ଟର୍ନସିପ ସମାପ୍ତ କରିବାର କଟ ଅଫ ତାରିଖ ଅପରିବର୍ତ୍ତିତ ରହିବ। ଏହି ତାରିଖ ୧୫ ଅଗଷ୍ଟ ଅଟେ। ଅପରପକ୍ଷେ ଜୁଲାଇ ୧୫ରେ ପରୀକ୍ଷା ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି। ସେପ୍ଟେମ୍ବର ୧୬ରୁ ଏକାଡେମିକ ଅଧିବେଶନ ଆରମ୍ଭ ହେବ।
Trending
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
Prev Post
Next Post