ନାଲକୋ ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଆସନ୍ତା ୪ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଓ ତାହା ଏପ୍ରିଲ ମାସ ୨ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀମାନେ ନାଲକୋର ଅଫିସିଆଲ ୱେବସାଇଟକୁ ଯାଇ ଏ ବାବଦରେ ସବିଶେଷ ତଥ୍ୟ ପାଇ ପାରିବେ । ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କ ପରିଦର୍ଶନ କରିପାରିବେ ।ଗ୍ରାଜୁଏଟ ଇଞ୍ଜିନିୟର ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମେକାନିକାଲ, ଇଲେକ୍ଟ୍ରିକାଲ, ଇନଷ୍ଟ୍ରୁମେଣ୍ଟସନ, ମେଟାଲର୍ଜି, କେମିକାଲ, କେମିଷ୍ଟ୍ରି ଆଦି ବିଭାଗରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମୋଟ ୨୭୭ଟି ପଦ ଖାଲି ରହିଥିବା ବେଳେ ଅଣସଂରକ୍ଷିତ, ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ), ଅନ୍ୟ ପଛୁଆ ବର୍ଗ (ଓବିସି) (ଏନସିଏଲ), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁବିଡି ଆଦି ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି ।ପ୍ରାର୍ଥୀ ଇଞ୍ଜିନିୟରିଂ କିମ୍ବା ଟେକ୍ନୋଲୋଜିରେ ୪ ବର୍ଷିଆ ଫୁଲ ଟାଇମ୍ ବ୍ୟାଚେଲର ଡିଗ୍ରୀ କରିବା ସହିତ ୬୫ ପ୍ରତିଶତ ମାର୍କ ରଖିଥିବେ । ବିଭିନ୍ନ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ସେ ବାବଦରେ ବିଜ୍ଞାପନରେ ଡିଟେଲ୍ସ ଦିଆଯାଇଛି । ସମସ୍ତ ଶିକ୍ଷାଗତ ଯୋଗ୍ୟତା ସରକାରୀ ୟୁନିଭରସିଟି / ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସ୍ୱୀକୃତିପ୍ରାପ୍ତ ୟୁନିଭରସିଟି / ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କ ମାସିକ ବେତନ ୪୦ ହଜାର ଉପରେ ରହିବ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଅଣସଂରକ୍ଷିତ, ଓବିସି ଓ ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଆବେଦନ ଫିସ୍ ଜମା କରିବାକୁ ପଡ଼ିବ ।
Trending
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ