ରାଷ୍ଟ୍ରୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ଦ୍ୱାଦଶ ବୋର୍ଡ ଫଳାଫଳରେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ମାର୍କକୁ ଅନ୍ତର୍ଭୁକ୍ତ କରାଯିବ । ଦ୍ୱାଦଶ ବୋର୍ଡ ପରୀକ୍ଷାରେଁ ଏକ ନୂଆ ମୂଲ୍ୟାଙ୍କନ ମଡେଲ ଲାଗୁ କରିବାକୁ ଏନସିଇଆରଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଛାତ୍ରଛାତ୍ରୀଙ୍କର ନବମରୁ ଏକାଦଶ ଶ୍ରେଣୀର ପ୍ରଦର୍ଶନକୁ ଦ୍ୱାଦଶ ଶ୍ରେଣୀର ମୂଲ୍ୟାଙ୍କନ ସମୟରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।ଏନସିଇଆରଟିର ପରଫର୍ମାନ୍ସ ଆସେସମେଣ୍ଟ, ରିଭ୍ୟୁ ଓ ନଲେଜର ସମଗ୍ର ବିକାଶର ବିଶ୍ଲେଷଣ (ପ୍ରକାଶ) ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ, ଛାତ୍ରଛାତ୍ରୀଙ୍କ ନବମରୁ ଏକାଦଶ ଶ୍ରେଣୀର ପ୍ରଦର୍ଶନ ଆଧାରରେ ଦ୍ୱାଦଶ ଶ୍ରେଣୀର ମୂଲ୍ୟାଙ୍କନ କରାଯିବ । ସେଥିରେ ବ୍ୟବସାୟିକ ଓ କୌଶଳ-ଆଧାରିତ ପ୍ରଶିକ୍ଷଣକୁ ମଧ୍ୟ ସାମିଲ କରାଯିବ । ‘ଶିକ୍ଷା ବୋର୍ଡମାନଙ୍କ ମଧ୍ୟରେ ସମକକ୍ଷ ସ୍ଥାପନ କରିବା’ ଶୀର୍ଷକ ରିପୋର୍ଟରେ ଏହା କୁହାଯାଇଛି । ଏହି ମଡେଲ ଅନୁସାରେ, ନବମ ଶ୍ରେଣୀରେ ୧୫ ପ୍ରତିଶତ, ଦଶମରେ ୨୦ ପ୍ରତିଶତ, ଏକାଦଶରେ ୨୫ ପ୍ରତିଶତ ଓ ଶେଷ ୪୦ ପ୍ରତିଶତ ଅଙ୍କ ଦ୍ୱାଦଶରୁ ନିଆଯିବ ।
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି
Prev Post
Next Post