ଜୁନିୟର ଏମଭିଆଇ, ଜୁନିୟର ମାଇନିଂ ଅଫିସର ଓ ଟ୍ରେସର ପଦର ପ୍ରିଲିମିନାରୀ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଜୁନ୍ ମାସ ୬ ତାରିଖ (ରବିବାର) ଦିନ ଏହି ସମସ୍ତ ପଦର ପ୍ରିଲିମ୍ସ ପରୀକ୍ଷା ହେବ । ପ୍ରାର୍ଥୀମାନେ ସକାଳ ୮.୧୫ରେ ରିପୋର୍ଟ କରିବେ । ୮.୪୫ରେ ଗେଟ୍ ବନ୍ଦ କରାଯିବ ଓ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।ଗତ ବର୍ଷ ଡିସେମ୍ବର ମାସରେ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)-୨୦୨୩ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରଥମେ ୮ ପ୍ରକାର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପରବର୍ତ୍ତୀ ସମୟରେ କିଛି ପଦକୁ ପ୍ରତ୍ୟାହାର କରି ନିଆଯାଇଥିଲା । ଡିସେମ୍ବର ୨୦ରୁ ଜାନୁଆରୀ ୧୯ ମଧ୍ୟରେ ଅନଲାଇନ୍ ପଞ୍ଜିକରଣ ପାଇଁ ପ୍ରଥମେ ଦିନ ଧାର୍ଯ୍ୟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଉକ୍ତ ଅବଧିକୁ ବୃଦ୍ଧି କରାଯାଇଥିଲା । ତେବେ ଜୁନ ୯ରେ ହେବାକୁ ଥିବା ପ୍ରିଲିମିନାରୀ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ଜୁନ୍ ୩ ପରଠାରୁ ସେମାନଙ୍କର ଆଡମିସନ ଲେଟର ଡାଉନଲୋଡ୍ କରିପାରିବେ । ଏହି ନିଯୁକ୍ତିର ଅନ୍ୟ ସମସ୍ତ ସର୍ତ୍ତାବଳୀ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି ।
Trending
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
Prev Post
Next Post