ଜୁନ୍ ୩ରୁ UG ନାମଲେଖା ପାଇଁ ଆବେଦନ ଆରମ୍ଭ

୨୦୨୪-୨୫ ଶିକ୍ଷାବର୍ଷରେ ସ୍ନାତକରେ ଆଡମିଶନ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୁକ୍ତ ୩ରେ ପଢ଼ିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ଜୁନ ୩ ଅପରାହ୍ଣ ୪ଟା ଠାରୁ ଏନେଇ ଅନଲାଇନରେ ଆବେଦନ କରିପାରିବେ । ଏହାପରେ ଜୁନ ୧୮ରୁ ୧୯ ତାରିଖ ମଧ୍ୟରେ କମନ୍ ଆପ୍ଲିକେସନ ଫର୍ମ (ସିଏଏଫ)ର ତ୍ରୁଟିକୁ ସୁଧାରି ପାରିବେ ।ଛାତ୍ରଛାତ୍ରୀମାନେ https://www.samsodisha.gov.in/ରେ ଜୁନ୍ ୧୭ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ । ଜୁନ ୨୫ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ ଓ ୨୫ରୁ ୨୮ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍ଲାଇଡ / ଫ୍ରିଜ / ଫ୍ଲୋଏଟ ଅପ୍ସନ ଚୟନ କରିପାରିବେ । ଏହାପରେ ଜୁନ୍ ୨୬ରୁ ୨୯ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ କଲେଜକୁ ଯାଇ ରିପୋର୍ଟ କରିବେ । ଜୁଲାଇ ୫ରେ ୨ୟ ପର୍ଯ୍ୟାୟ ଓ ଜୁଲାଇ ୧୫ରେ ୩ୟ ପର୍ଯ୍ୟାୟ ମେରିଟ ଲିଷ୍ଟ ଜାରି କରାଯିବ ।