ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ (ଡିଓଡବ୍ଲ୍ୟୁଆର୍, ଆର୍ଡି, ଜିଆର୍) ବିଭାଗ ପକ୍ଷରୁ ଗଣ ଯୋଗାଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ନାତକ/ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ କିମ୍ବା ଭାରତରେ ଗଣ ଯୋଗାଯୋଗ କ୍ଷେତ୍ରରେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ/ସଂସ୍ଥାଗୁଡିକରେ ନାମଲେଖାଇଥିବା ଗବେଷଣା ଛାତ୍ରଛାତ୍ରୀମାନଙ୍କୁ ଇନ୍ଟର୍ଣ୍ଣ ଭାବେ ନିୟୋଜିତ କରିବାକୁ ଆହ୍ୱାନ ଦିଆଯାଇଛି ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ମନୋନୀତ ପ୍ରାର୍ଥମାନଙ୍କୁ ଗଣମାଧ୍ୟମ/ସାମାଜିକ ଗଣମାଧ୍ୟମ ଗତିବିଧି ସମ୍ପର୍କିତ ବିଭାଗର ବିଭିନ୍ନ କାର୍ଯ୍ୟ ସହିତ ଜଡିତ କରାଯାଇ ସ୍ୱଳ୍ପକାଳୀନ ଅନୁଭବ ପ୍ରଦାନ କରାଯିବ । ଯେଉଁ ଛାତ୍ରଛାତ୍ରୀମାନେ ଗଣ ଯୋଗାଯୋଗ କିମ୍ବା ସାମ୍ବାଦିକତା ତଥା ଆନୁଷଙ୍ଗିକ କ୍ଷେତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ ଅଥବା ଯେଉଁ ଛାତ୍ରଛାତ୍ରୀମାନେ କୌଣସି ସ୍ୱୀକୃତିପ୍ରାପ୍ତ କଲେଜ/ବିଶ୍ୱବିଦ୍ୟାଳୟରେ ଉପରୋକ୍ତ କ୍ଷେତ୍ରରେ ସ୍ନାତକୋତ୍ତର କିମ୍ବା ଡିପ୍ଲୋମା କରୁଛନ୍ତି (ଗଣ ଯୋଗାଯୋଗ ତଥା ଏହି ସମ୍ପର୍କିତ କ୍ଷେତ୍ରରେ ସ୍ନାତକ ସମ୍ପୂର୍ଣ୍ଣ କରିବାକୁ ଅଛନ୍ତି) ସେମାନେ ଏଥିପାଇଁ ଯୋଗ୍ୟ, ତେବେ ନିୟମାବଳୀରେ ଉଲ୍ଲେଖ କରାଯାଇଥିବା ସତ୍ତାବଳୀ ଆଧାରରେ ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅବଧି ୬ରୁ ୯ ମାସ ରହିବ । ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଫଳତାର ସହିତ ସମ୍ପୂର୍ଣ୍ଣ କରିଥିବା ମନୋନୀତ ପ୍ରାର୍ଥୀମାନଙ୍କୁ ମାସିକ ୧୫୦୦୦ ଟଙ୍କା ଏବଂ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ଆବେଦନ କରିବାର ଶେଷ ତାରିଖ ହେଉଛି ୨୯ ଜୁନ୍ ୨୦୨୪ ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Next Post