ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ ପରୀକ୍ଷାର ଫଳାଫଳ । କେଉଁ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ ସେନେଇ କିଛି ନିଷ୍ପତ୍ତି ହୋଇନଥିଲେ ହେଁ ଏକ ସମୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଫଳାଫଳ ଜାରି କରାଯିବ ବୋଲି ଜଣାପଡ଼ିଛି । ମେ ୧୫ ତାରିଖ ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଯୋଜନା କରାଯାଇଥିଲେ ହେଁ ତାହା ସଫଳ ହୋଇ ପାରି ନାହିଁ ।ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜୁନ୍ ମାସ ପୂର୍ବରୁ ରେଜଲ୍ଟ ପ୍ରକାଶ କରିବାକୁ ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଉତ୍ତରଖାତା ମୂଲ୍ୟାୟନରେ ବିଳମ୍ବ ହେବା ସହ ସାଧାରଣ ନିର୍ବାଚନ ପାଇଁ ପରୀକ୍ଷା ଫଳାଫଳ ପ୍ରସ୍ତୁତି ପ୍ରଭାବିତ ହୋଇଥିବା ପରିଷଦର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହା ମଧ୍ୟର ସିବିଏସଇ ଓ ସିଆଇଏସସିଇ ବୋର୍ଡ ଅଧିରେ ଥିବା ସ୍କୁଲମାନଙ୍କରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳାଫଳ ପ୍ରକାଶ ପାଇସାରିଛି । ତେଣୁ ସିଏଚଏସଇ ଅଧିନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ।ପରୀକ୍ଷା ଫଳାଫଳ କେବେ ପ୍ରକାଶ ପାଇବ ସେନେଇ ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ ରହିଥିବା ବେଳେ ଖାତା ମୂଲ୍ୟାୟନ ଠିକ୍ ଭାବେ ହୋଇଥିବା ପରିଷଦର ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ କୌଣସି ତ୍ରୁଟି ହୋଇ ନାହିଁ କି କୌଣସି ବିଭ୍ରାଟ ହୋଇ ନାହିଁ । ଖାତା ଦେଖା ସରିବାରେ ଟିକିଏ ବିଳମ୍ବ ହୋଇଛି ।
Trending
- ବଢିଲା ବିଜେଡି ନେତାଙ୍କ ଅଡୁଆ, ପ୍ରୀତିରଞ୍ଜନ ଘଡେଇ ଙ୍କ ନାଁରେ ଏତଲା
- ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ଭୂକମ୍ପ ଝଟକା
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
Prev Post