ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁରକୀ ପକ୍ଷରୁ ଇଞ୍ଜିନିୟରିଂ କୋର୍ସରେ ଆଡମିସନ ପାଇଁ ଗ୍ରାଜୁଏଟ୍ ଆପ୍ଟିଟ୍ୟୁଡ୍ ଟେଷ୍ଟ ଇନ୍ ଇଞ୍ଜିନିୟରିଂ (ଗେଟ) ୨୦୨୫ର ତାରିଖ ଘୋଷଣା କରାଯାଇଛି । ଶିଡ୍ୟୁଲ ଅନୁସାରେ ୨୦୨୫ର ଗେଟ ପରୀକ୍ଷା ଫେବୃଆରୀ ମାସର ୧, ୨, ୫ ଓ ୧୬ ତାରିଖରେ ଆୟୋଜିତ ହେବ । ସକାଳ ଓ ଦ୍ୱିପ୍ରହର ସମୟରେ ଦୁଇଟି ଶିଫ୍ଟରେ ଏହି ପରୀକ୍ଷା ହେବ । ଅଗଷ୍ଟ ମାସ ଶେଷ ସପ୍ତାହରେ ଆବେଦନ ପୋର୍ଟାଲ ଖୋଲିବାର ସମ୍ଭାବନା ରହିଛି । ଗେଟ ୨୦୨୫ ବାବଦରେ ଅଧିକ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ https://gate2025.iitr.ac.in/ କୁ ପରିଦର୍ଶନ କରିପାରିବେ । ଗେଟ୍ ୨୦୨୫ ପରୀକ୍ଷା କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଜରିଆରେ ଆୟୋଜିତ କରାଯିବ । ଏଥିରେ ମୋଟ ୩୦ଟି ଟେଷ୍ଟ ପେର ରହିବ ଓ ସମସ୍ତ୍ ପେପର ଇଂରାଜୀରେ ରହିବ । ରେଜଲ୍ଟ ଘୋଷଣା ହେବାର ୩ ବର୍ଷ ପର୍ଯ୍ୟନ୍ତ ଗେଟ୍ ସ୍କୋର ବୈଧ ରହିଥାଏ ।
Trending
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
Prev Post