ଓଏସଏସସି ଦ୍ୱାରା ପରିଚାଳିତ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ (ଜେଏଫଟିଏ) ପଦକୁ ନେଇ ଆସିଛି ଏକ ବଡ଼ ଖବର । ସିଏଚଏସଏଲ (ଯୁକ୍ତଦୁଇ) ନିଯୁକ୍ତି ପରୀକ୍ଷା ୨୦୨୪ ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଆସନ୍ତା ୧୩ ତାରିଖରେ ଏହି ପଦ ପାଇଁ ମୁଖ୍ୟ ପରୀକ୍ଷା ହେବାକୁ ଥିବା ବେଳେ ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୧୩୯ ଜଣ ପ୍ରାର୍ଥୀ ସିଧାସଳଖ ମୁଖ୍ୟ ପରୀକ୍ଷା ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି ।ତେବେ ଏହା ମଧ୍ୟରେ ଜେଏଫଟିଏ ପଦକୁ ନେଇ ଓଏସଏସସି ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ଯେଉଁ ପ୍ରାର୍ଥୀମାନେ ଯୁକ୍ତଦୁଇ ଧନ୍ଦାମୂଳକ (ମତ୍ସ୍ୟ) ଡିଗ୍ରୀ ହାସଲ କରିଥିବେ ସେମାନେ ଏହି ପଦ ପାଇଁ ସିଧାସଳଖ ମୁଖ୍ୟ ପରୀକ୍ଷା ନିମନ୍ତେ ଯୋଗ୍ୟତା ଅର୍ଜନ କରିବେ । ଏହି ପଦ ପାଇଁ ଆବେଦନ କରିଥିବା କିଛି ପ୍ରାର୍ଥୀଙ୍କର ଯୁକ୍ତଦୁଇ ଧନ୍ଦାମୂଳକ (ମତ୍ସ୍ୟ) ଡିଗ୍ରୀ ଥାଇ ସେମାନେ ଲେଫ୍ଟ ଆଉଟ୍ ହୋଇଯାଇଥିବା ଜଣାପଡ଼ିଛି । ତେଣୁ ଏହି ପ୍ରାଥୀମାନେ ସେପ୍ଟେମ୍ବର ୩ ତାରିଖ ସୁଦ୍ଧା ନିଜର ପ୍ରମାଣପତ୍ର ସହ ଇ-ମେଲ୍ କରିବାକୁ କୁହାଯାଇଛି । ସେହି ଅନୁସାରେ ପ୍ରାର୍ଥୀଙ୍କର ଆଡମିଟ୍ କାର୍ଡ ଜାରି କରାଯିବ ବୋଲି କୁହାଯାଇଛି ।
Trending
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍
Prev Post