ପ୍ରକାଶ ପାଇଲା ସ୍ପେଶାଲ ଓଟିଇଟି-୨୦୨୫ ପରୀକ୍ଷା ଫଳ

ପ୍ରକାଶ ପାଇଛି ସ୍ପେଶାଲ ଓଟିଇଟି-୨୦୨୫ ପରୀକ୍ଷା ଫଳ । ସେପ୍ଟେମ୍ବର ୨୭ତାରିଖରେ ହୋଇଥିବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପେପର-୧ରେ ୧୨ହଜାର ୯୮୮କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍‌ ହାର ୪୭.୧୭ପ୍ରତିଶତ ରହିଛି । ସେହିପରି ପେପର-୨ରେ ୩୫ହଜାର ୧୬୫କୃତକାର୍ଯ୍ୟ ହୋଇଛନ୍ତି । ପାସ୍‌ ହାର ୭୮.୩୫ପ୍ରତିଶତ ରହିଛି । ମୋଟ ୪୮ହଜାର ୧୫୩ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୬୬.୫୦ପ୍ରତିଶତ ପାସ ରହିଥିବା ବିଏସଇ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷାର୍ଥୀ ମାନେ www.bseodisha.ac.inରେ ଫଳାଫଳ ଦେଖିପାରିବେ ।

Leave a comment