ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପକ୍ଷରୁ ପରିଚାଳିତ ଶାସ୍ତ୍ରୀ +୩ ଶେଷବର୍ଷ ପରୀକ୍ଷା ଫଳ ପ୍ରକାଶିତ
ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପକ୍ଷରୁ ପରିଚାଳିତ ଶାସ୍ତ୍ରୀ +୩ ଶେଷବର୍ଷ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଉତ୍ତୀର୍ଣ୍ଣ ହାର ୮୧. ୭୮% ରହିଛି। ଛାତ୍ରଙ୍କଠାରୁ ଆଗରେ ରହିଛନ୍ତି ଛାତ୍ରୀ। ୧୧୮ ପରୀକ୍ଷା କେନ୍ଦ୍ରରେ ୧୩୯ ସଂସ୍କୃତ କଲେଜର ୫୦୮୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ୪୧୬୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୧୪୮ ଜଣ ସମ୍ମାନ ସହ ପ୍ରଥମ ଓ ୪୭୫ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବିଶେଷ ଯୋଗ୍ୟତା ସହ ସହ ୬୧୭ଜଣ ଦ୍ବିତୀୟ, କେବଳ ଦ୍ବିତୀୟ ଶ୍ରେଣୀରେ ୮୬୬ ଏବଂ ବିନା ସମ୍ମାନରେ ୫୬ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରିଥିବା ୨୨ଜଣଙ୍କ ଫଳ ସ୍ଥଗିତ ରଖାଯାଇଛି। ଅେଦ୍ବୖତ ବେଦାନ୍ତରେ ୯୫.୫୨%, ଧର୍ମଶାସ୍ତ୍ରରେ ୯୨.୭%, ସର୍ବଦର୍ଶନରେ ୮୨.୬୦%, ଜ୍ୟୋତିଷରେ ୫୦%, କର୍ମକାଣ୍ଡରେ ୭୬.୯୨%, ନ୍ୟାୟରେ ୮୮.୬୭%, ସାହିତ୍ୟରେ ୮୩.୧୯%, ବ୍ୟାକରଣରେ ୭୯.୧୩%, ପୁରାଣରେ ୧୦୦% ଏବଂ ବେଦରେ ୮୪.୮୪% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ବିଶ୍ବବିଦ୍ୟାଳୟ କୁଳପତି ପ୍ର. ପ୍ରସନ୍ନ କୁମାର ସ୍ବାଇଁ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଅେଦ୍ବୖତ ବେଦାନ୍ତରେ ମୟୂରଭଞ୍ଜ ତୋଟାପଡ଼ା ବାସୁଦେବ ସଂସ୍କୃତ ମହାବିଦ୍ୟାଳୟ ଛାତ୍ର ତାପସ କୁମାର ମହାପାତ୍ର, ଧର୍ମଶାସ୍ତ୍ରରେ ପୁରୀ ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ଥିରେନ୍ଦ୍ରୀ ସାହୁ, ସର୍ବଦର୍ଶନରେ ବାଲେଶ୍ବର ଜିଲା ଭୋଗରାଇ ଶ୍ୟାମସୁନ୍ଦର ସଂସ୍କୃତ କଲେଜର ରଶ୍ମି ପରମାଣିକ, କର୍ମକାଣ୍ଡରେ ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ଋଷି କୁମାର ପଣ୍ଡା, ନ୍ୟାୟରେ ମୟୂରଭଞ୍ଜ ବେଗୁନିଆଡିହ ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟର ନିର୍ମଳା ଟୁଡୁ, ପୁରାଣରେ ଗଞ୍ଜାମ ଜିଲା ବ୍ରହ୍ମପୁର ରାମାଧୀନ ସଂସ୍କୃତ କଲେଜର ଅପରାଜିତା ମୁନି, ସାହିତ୍ୟରେ ବାଲେଶ୍ବର ସହଜ ନଗର ସଂସ୍କୃତ ମହାବିଦ୍ୟାଳୟର ଜ୍ୟୋତିପୁଷ୍ପା ଦାସ, ବେଦରେ ଦେବଗଡ଼ ଜିଲା ନୂଆପଡ଼ା ସ୍ବାମୀ ଶିବାନନ୍ଦ ସଂସ୍କୃତ କଲେଜର ବିପାସ୍ବିନୀ ଘଡ଼େଇ, ବ୍ୟାକରଣେର ଖୋର୍ଦ୍ଧା ଜିଲା ଦେଉଳି ଶ୍ରୀରାଧାମାଧବ ସଂସ୍କୃତ ମହାବିଦ୍ୟାଳୟର ଦିଆରସ୍ମି ଶବର ସର୍ବାଧିକ ନମ୍ୱର ରଖିଛନ୍ତି। ବିଶ୍ବବିଦ୍ୟାଳୟ କୁଳସଚିବ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା, ପରୀକ୍ଷା ନିୟନ୍ତ୍ରକ ଡ. ବସନ୍ତ କୁମାର ମିଶ୍ର ପ୍ରମୁଖ ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।