ବଦଳିବନି ରେଭେନ୍ସା କଲେଜର ନାଁ

ବଦଳିବନି ରେଭେନ୍ସା କଲେଜର ନାଁ । ନାମ ପରିବର୍ତ୍ତନ ନେଇ ସରକାରଙ୍କ ନିକଟରେ ନାହିଁ କୌଣସି ପ୍ରସ୍ତାବ । ଆଜି ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜଙ୍କ ଉତ୍ତର ଏହି ପ୍ରସଙ୍ଗକୁ ପୁଣି ଚର୍ଚ୍ଚାକୁ ଆଣିଛି । ରେଭେନ୍ସା କଲେଜର ନାଁ ବଦଳାଇବା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ମାସ ତଳେ ପ୍ରସ୍ତାବ ରଖିଥିଲେ, ଯାହାକୁ ସେତେବେଳେ ବିରୋଧ କରିଥିଲେ ବୁଦ୍ଧିଜୀବୀ ।

ଆଜି ବିଧାନସଭାକୁ ଛୁଇଁଛି ରେଭେନ୍ସା ମହାବିଦ୍ୟାଳୟ ନାଁ ପରିବର୍ତ୍ତନ ପ୍ରସଙ୍ଗ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନର ଉତ୍ତର ରଖି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ନିକଟରେ କଟକର ଐତିହାସିକ ରେଭେନ୍ସା କଲେଜର ନାମ ପରିବର୍ତ୍ତନ କରିବା ନେଇ କୌଣସି ପ୍ରସ୍ତାବ ନାହିଁ ।

ରେଭେନ୍ସା କଲେଜର ନାମ ପରିବର୍ତ୍ତନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଥିଲେ । ପ୍ରଶ୍ନ କରି ପଚାରିଥିଲେ ଯେ ଏହି ବିଶ୍ବବିଦ୍ୟାଳୟ ଯାହା ନାମରେ ହୋଇଛି ସେ ରେଭେନ୍ସାଙ୍କର ଭୂମିକା କ’ଣ ? ନଅଙ୍କ ଦୁର୍ଭିକ୍ଷ ବେଳେ ରେଭେନ୍ସା ବ୍ୟକ୍ତି ଜଣକ କ’ଣ କରୁଥିଲେ ? ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କ’ଣ ଗୌରବ ବିଷୟ କି ? ଏହି ନାମ ପରିବର୍ତ୍ତନ ପାଇଁ ବିତର୍କ ହେଉ ବୋଲି ସେ କହିଥିଲେ।

ଧର୍ମେନ୍ଦ୍ରଙ୍କ ଏହି ପ୍ରସ୍ତାବକୁ ସେତେବେଳେ ବୁଦ୍ଧିଜୀବୀ ବିରୋଧ କରିବା ସହ ଆନ୍ଦୋଳନ ପାଇଁ ବି ଓହ୍ଲାଇଥିଲେ । ଏବେ ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ପୁଣି ରେଭେନ୍ସା ପ୍ରସଙ୍ଗକୁ ତାଜା କରିଛି ।

ବିଳମ୍ବରେ ହେଉ ପଛେ ଏବେ ସରକାର ସାମ୍ନାକୁ ଆସି ରେଭେନ୍ସା କଲେଜର ନାମ ପରିବର୍ତ୍ତନ ପ୍ରସ୍ତାବ ନାହିଁ ବୋଲି ସୂଚନା ଦେଇଛନ୍ତି