ପ୍ରକାଶ ପାଇଲା OSSTET-୨୦୨୫ ରେଜଲ୍ଟ,,୭୨.୩୮ ପ୍ରତିଶତ ଆଶାୟୀ ଉତ୍ତୀର୍ଣ୍ଣ
ପ୍ରକାଶ ପାଇଲା OSSTET-୨୦୨୫ ରେଜଲ୍ଟ । ଏଥର ୭୨.୩୮ ପ୍ରତିଶତ ଆଶାୟୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ BSE ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ଅପରାହ୍ନ ୪ଟା ପରଠାରୁ ଓ୍ବେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହେବ ।
ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସ ୨୧ ତାରିଖରେ OSSTET ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରୀକ୍ଷା ପାଇଁ ୫୬ ହଜାର ୪୫୬ ପରୀକ୍ଷାର୍ଥୀ ଫର୍ମ ଫିଲ୍ଅପ୍ କରିଥିଲେ । ଉଭୟ ପେପର-୧ ଓ ୨ ପରୀକ୍ଷା ଦେଇଥିଲେ ଆଶାୟୀ । ଗୁରୁବାର ଏହାର ଫଳ ପ୍ରକାଶ ପାଇଛି । ଏଥର ପାସ୍ ହାର ୭୨.୩୮ ପ୍ରତିଶତ ରହିଛି । ଅପରାହ୍ନ ୪ଟା ପରଠୁ ୱେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହେବ । ଅପରାହ୍ନ ୫ଟା ପରଠୁ ୱେବସାଇଟ୍ରୁ ସାର୍ଟିଫିକେଟ୍ ଡାଉନଲୋଡ୍ କରିହେବ । ବୋର୍ଡ ୱେବସାଇଟ୍ http:// bseodisha.ac.in ଓ http://bseodisha.nic.inରେ ରେଜଲ୍ଟ ଉପଲବ୍ଧ ହେବ । ପରୀକ୍ଷା ଲାଗି ପ୍ରସ୍ତୁତ ହୋଇପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।
ଏହାସହିତ ପାସ୍ ପରୀକ୍ଷାର୍ଥୀ ମାନେ ସେମାନଙ୍କ ସାର୍ଟିଫିକେଟ୍ ମଧ୍ୟ ୱେବସାଇଟ୍ରୁ ଡାଉନଲୋଡ୍ କରିପାରିବେ । ଯେଉଁମାନେ ଉତ୍ତୀର୍ଣ୍ଣ ହୋଇନାହାନ୍ତି OMR ସିଟ୍ ଡାଉନଲୋଡ୍ କରିପାରିବେ । ତେବେ ଯେଉଁମାନେ ଅକୃତକାର୍ଯ୍ୟ ହୋଇଛନ୍ତି ସେମାନେ ଆଗାମୀ ୭ ଦିନ ମଧ୍ୟରେ ଓଏମ୍ଆର୍ ସିଟ୍ ବୋର୍ଡରୁ ନେଇ ପାରିବେ । ପରବର୍ତ୍ତୀ