ଓଏସଏସସି ପକ୍ଷରୁ ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ୨୦୨୩ ନିଯୁକ୍ତିର ପଦ ସଂଖ୍ୟା ପୁଣି ବୃଦ୍ଧି କରାଯାଇଛି । ପ୍ରଥମେ ୪୯୫ଟି ଖାଲି ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଅକ୍ଟୋବର ମାସରେ ଉକ୍ତ ପଦ ସଂଖ୍ୟା ୫୦୪କୁ ବୃଦ୍ଧି କରାଯାଇଥିଲା । ପରବର୍ତ୍ତୀ ସମୟରେ ନଭେମ୍ବର ମାସ ୯ ତାରିଖରେ ଏହି ପଦ ସଂଖ୍ୟା ୫୭୬କୁ ବୃଦ୍ଧି ପାଇଥିଲା ।ତେବେ ଏହା ମଧ୍ୟରେ ପୁଣି ଆସିଛି ଏକ ଖୁସି ଖବର । ପୁଣି ବୃଦ୍ଧି ପୁଣି ବୃଦ୍ଧି ପାଇଛି ସିଜିଏଲ ୨୦୨୩ ଗ୍ରୁପ-ବି ଓ ଗ୍ରୁପ-ସି ପଦ ସଂଖ୍ୟା । ଏହା ଫଳରେ ଏବେ ମୋଟ ପଦ ସଂଖ୍ୟା ୬୨୫ରେ ପହଞ୍ଚିଛି । ଏନେଇ ଓଏସଏସଟି ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଅକ୍ଟୋବର ମାସ ୧୪ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିାୟା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୧୪ରେ ତାହା ସମାପ୍ତ ହେବ । ତେଣୁ ବିଭିନ୍ନ ପଦରେ ଆବେଦନ କରିବା ପୂର୍ବରୁ କେଉଁ ପଦ ସଂଖ୍ୟା ବଢ଼ିଛି ପ୍ରାର୍ଥୀମାନେ ତାହା ଚେକ୍ କରିନେବା ନିହାତି ଜରୁରୀ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post