ଓଏସଏସସି ପକ୍ଷରୁ ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ୨୦୨୩ ନିଯୁକ୍ତିର ପଦ ସଂଖ୍ୟା ପୁଣି ବୃଦ୍ଧି କରାଯାଇଛି । ପ୍ରଥମେ ୪୯୫ଟି ଖାଲି ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଅକ୍ଟୋବର ମାସରେ ଉକ୍ତ ପଦ ସଂଖ୍ୟା ୫୦୪କୁ ବୃଦ୍ଧି କରାଯାଇଥିଲା । ପରବର୍ତ୍ତୀ ସମୟରେ ନଭେମ୍ବର ମାସ ୯ ତାରିଖରେ ଏହି ପଦ ସଂଖ୍ୟା ୫୭୬କୁ ବୃଦ୍ଧି ପାଇଥିଲା ।ତେବେ ଏହା ମଧ୍ୟରେ ପୁଣି ଆସିଛି ଏକ ଖୁସି ଖବର । ପୁଣି ବୃଦ୍ଧି ପୁଣି ବୃଦ୍ଧି ପାଇଛି ସିଜିଏଲ ୨୦୨୩ ଗ୍ରୁପ-ବି ଓ ଗ୍ରୁପ-ସି ପଦ ସଂଖ୍ୟା । ଏହା ଫଳରେ ଏବେ ମୋଟ ପଦ ସଂଖ୍ୟା ୬୨୫ରେ ପହଞ୍ଚିଛି । ଏନେଇ ଓଏସଏସଟି ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଅକ୍ଟୋବର ମାସ ୧୪ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିାୟା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୧୪ରେ ତାହା ସମାପ୍ତ ହେବ । ତେଣୁ ବିଭିନ୍ନ ପଦରେ ଆବେଦନ କରିବା ପୂର୍ବରୁ କେଉଁ ପଦ ସଂଖ୍ୟା ବଢ଼ିଛି ପ୍ରାର୍ଥୀମାନେ ତାହା ଚେକ୍ କରିନେବା ନିହାତି ଜରୁରୀ ।
Trending
- ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏ ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ
- ପାର୍ଟ ପ୍ଲଟ୍ ଲାଗି ଆଇନରେ ସଂଶୋଧନ ଆଣିଛି ଗୃହ ଓ ନଗର ଉନ୍ନୟନ ବିଭାଗ,ଫଳରେ ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଫିଟିଛି
- ହାତୀବେଶରେ ଭକ୍ତଙ୍କୁ ଦର୍ଶଦ ଦେଇଛନ୍ତି ଶ୍ରୀଜିଉ
- ଆସନ୍ତାକାଲି ଠାରୁ ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ
- ସ୍ନାନ ପୂର୍ଣ୍ଣିମାରେ ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା
- ଟ୍ରମ୍ପଙ୍କୁ ମାରିବାକୁ ଧମକ ଦେଲା ଅଲକାଏଦା ନେତା ସାଦ୍ ବିନ୍ ଆତିଫ୍
- ସ୍ନାନବେଦୀରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
- ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ସ୍ନାନବେଦୀରେ ଶ୍ରୀଜିଉ
- ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, 3 ମୃତ
- ୧ ବର୍ଷ ଭିତରେ ବିଜେପି ସରକାର ନିଜର ସଙ୍କଳ୍ପପତ୍ରରେ ଥିବା ପ୍ରମୁଖ ପ୍ରତିଶ୍ରୁତିକୁ ପାଳନ କରିଛି – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post
Next Post