କଟକ : ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ) ମୁଖ୍ୟ ଲିଖିତ ପରୀକ୍ଷା ସେପ୍ଟେମ୍ବର ୩ରୁ ଅନୁଷ୍ଠିତ ହେବ। ଚଳିତବର୍ଷ ୯୯୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ୨୮ରୁ ଓପିଏସ୍ସି ୱେବ୍ସାଇଟରେ ପ୍ରବେଶପତ୍ର ଡାଉନ୍ଲୋଡ କରିହେବ ବୋଲି ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ସେପ୍ଟେମ୍ବର ୩ରୁ ପରୀକ୍ଷା ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୯.୩୦ ରୁ ମଧ୍ୟାହ୍ନ ୧୨ଟା ଓ ଦ୍ୱିତୀୟ ସିଟିଂ ଅପରାହ୍ଣ ୨ଟାରୁ ୪.୩୦ ପର୍ଯ୍ୟନ୍ତ ଚାଲିବ। ୩ରେ ବାଧ୍ୟତାମୂଳକ (କମ୍ପଲସରି) ବିଷୟ ଇଂରାଜୀ ଓ ପ୍ରୋସିଡ୍ୟୁରାଲ ଲ’ ପରୀକ୍ଷା ହେବ। ସେହିପରି ୪,୫ ଓ ୭ ତାରିଖ ଇଚ୍ଛାଧୀନ(ଅପ୍ସନାଲ) ବିଷୟଗୁଡିକ ପରୀକ୍ଷା ହେବ। ଓପିଏସ୍ସି ପକ୍ଷରୁ ଭୁବେନଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟରେ ୨ ଟି କେନ୍ଦ୍ର, କଟକରେ ସୁଧାନନ୍ଦ ଇଞ୍ଜିନିୟରିଂ କଲେଜ ଓ ସମ୍ବଲପୁରର ଧାନକୌଡା ସ୍ଥିତ ସେଣ୍ଟ ଜନ୍ସ୍ ସ୍କୁଲରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି।
Trending
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
Prev Post