ଓଟିଇଟି ପରୀକ୍ଷା ପାଇଁ ଆଜିଠୁ ଅନଲାଇନ ଆବେଦନ ଆରମ୍ଭ

ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷା ପାଇଁ ଆଜିଠୁ ଅନଲାଇନ ଆବେଦନ ଆରମ୍ଭ ହେବ । ଆଜିଠୁ ନଭେମ୍ୱର୨୫ ତାରିଖ ମଧ୍ୟରାତ୍ରି ଯାଏଁ ଅନଲାଇନରେ ଆବେଦନ କରିପାରିବେ ପରୀକ୍ଷାର୍ଥୀ । ମାଧ୍ୟମିକ ଶିକ୍ଷା ପରିଷଦର www. bse odisha.in ୱେବସାଇଟରେ ଅନଲାଇନ ଆବେଦନ କରିପାରିବେ। ୱେବସାଇଟରେ ଓଟିଇଟି ପରୀକ୍ଷା ସଂପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ଡିସେମ୍ୱର ୧୦ ତାରିଖରେ ୱେବସାଇଟରୁ ନିଜ ନିଜ ଆଡମିଟ୍‌କାର୍ଡ ଡାଉନଲୋଡ କରିପାରିବେ ପରୀକ୍ଷାର୍ଥୀ । ଆସନ୍ତା ଡିସେମ୍ୱର ୧୭ ତାରିଖରେ ହେବ ଓଟିଇଟି ପରୀକ୍ଷା ।ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଡିସେମ୍ୱର ୧୭ରେ ଓଟିଇଟି ପରୀକ୍ଷା ଦୁଇଟି ସିଟିଂରେ ହେବ । ସକାଳ ୯ଟାରୁ ଓଟିଇଟି ପେପର ୱାନ ପରୀକ୍ଷା ଆରମ୍ଭ ହୋଇ ସାଢେ ୧୧ଟାରେ ଶେଷ ହେବ । ସେହିପରି ଅପରାହ୍ଣ ୨ଟାରେ ପେପର-ଟୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ଣ ସାଢେ ୪ଟାରେ ସରିବ। ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବିଭ୍ରାଟ ପରେ ଓଟିଇଟି ପରୀକ୍ଷା ଘୁଞ୍ଚିଘୁଞ୍ଚି ଚାଲିଥିଲା । ହେଲେ ଏବେ ବୋର୍ଡ ପକ୍ଷରୁ ଓଟିଇଟି ପରୀକ୍ଷା ତାରିଖ ଘୋଷଣା କରାଯାଇଛି ।

Leave a comment