B.Ed, B.H.Ed, M.Ed ପାଠ୍ୟକ୍ରମ ପାଇଁ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଆବେଦନ ପ୍ରକିୟା

B.Ed, B.H.Ed, M.Ed ପାଇଁ ପ୍ରବେଶିକା ପରୀକ୍ଷା ଆବେଦନ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ସୋମବାର ଠାରୁ ଆବେଦନ ପ୍ରକିୟା ଆରମ୍ଭ ହେବ। ମେ’ ୩୧ ରେ B.Ed ଏବଂ ଜୁନ ୩ରେ M.Ed ଏବଂ B.H.Ed ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ୨ ବର୍ଷୀୟା ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା । ଏହି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କର ଚୟନ ପ୍ରବେଶିକା ପରୀକ୍ଷା ମାଧ୍ୟମରେ କରାଯିବ। ଉକ୍ତ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ୨୩ ମାର୍ଚ୍ଚ, ୨୦୨୬ ଠାରୁ ୬ ଏପ୍ରିଲ, ୨୦୨୬ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲକୁ ଯାଇ Common Application Form ପୂରଣ କରିପାରିବେ। ଆବେଦନକାରୀଙ୍କ ସମସ୍ତ ତଥ୍ୟ ଓକାକ ପକ୍ଷରୁ ଏପ୍ରିଲ ୧୩ ତାରିଖ ଦିନ ପରୀକ୍ଷା ପରିଚାଳନା କରିଥିବା ଷ୍ଟେଟ ସିଲେସ୍କନ ବୋର୍ଡ଼କୁ ପ୍ରଦାନ କରାଯିବ। ମେ’ ୨୭ ତାରିଖରେ ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଉପଲବ୍ଧ ହେବ। ମେ’ ୩୧ ତାରିଖରେ ବି.ଏଡ ପାଠ୍ୟକ୍ରମ ପାଇଁ ଏବଂ ଜୁନ ୩ ତାରିଖରେ ଏମ. ଏଡ ଏବଂ ବି. ଏଚ. ଏଡ଼ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Leave a comment