ପ୍ରକାଶ ପାଇଛି ଏନଆଇଆରଏଫ୍ ରାକିଂ , ଟପ୍-୧୦୦ରେ ଓଡ଼ିଶାର କୌଣସି ବି କଲେଜ ସାମିଲ ହୋଇପାରିନି

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନଆଇଆରଏଫ୍ ରାକିଂ ପ୍ରକାଶ ପାଇଛି । ତାଲିକାରେ ମହାବିଦ୍ୟାଳୟ ଶ୍ରେଣୀରେ ଟପ୍-୧୦୦ରେ ଓଡ଼ିଶାର କୌଣସି ବି କଲେଜ ସାମିଲ ହୋଇପାରିନି । ତେବେ ସାମଗ୍ରୀକ ପ୍ରତିଷ୍ଠାନ ତାଲିକାର ୨୫ ତମ ସ୍ଥାନରେ ସୋଆ ସ୍ଥାନ ପାଇଥିବାବେଳେ ୨୭ରେ କିଟ୍ ରହିଛି ।  ୩୪ ତମ ସ୍ଥାନରେ NIT ରାଉରକେଲା ଥିବାବେଳେ ୮୦ରେ ଆଇଆଇଟି ଭୁବନେଶ୍ବର  ରହିଛି । ଇଞ୍ଜିନିୟରିଂ ମାନ୍ୟତାରେ NIT ରାଉରକେଲା ୧୩, ସୋଆ-୨୨, କିଟ୍‌- ୩୬ ତମ ସ୍ଥାନରେ ରହିଛି । ବିଶ୍ବବିଦ୍ୟାଳୟ ମାନ୍ୟତାର ୧୫ରେ ସୋଆ ଓ ୧୭ରେ କିଟ୍‌  ରହିଛି । ମେଡିକାଲ କଲେଜ ମାନ୍ୟତାର ୧୪ରେ ଏମ୍ସ, ୧୫ରେ ସୋଆ, ୨୪ରେ କିଟ୍‌ ସ୍ଥାନ ପାଇଛି । ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ମାନ୍ୟତା- ୩୦ରେ NIT ରାଉରକେଲା, ୪୩ରେ କିଟ୍‌ ରହିଛି । ତେବେ କଲେଜ କ୍ୟାଟାଗୋରୀରେ ଟପ୍‌-୧୦୦ରେ ଓଡ଼ିଶାର କୌଣସି କଲେଜ ସ୍ଥାନ ପାଇନି ।

Leave a comment