ମେ ୪ ରୁ ନିଟ୍ ୟୁଜି ପରୀକ୍ଷା
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଫେବ୍ରୁଆରି ୭ରେ ନିଟ୍ ୟୁଜି ୨୦୨୫ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ଏନଟିଏ ଅନୁଯାୟୀ, ନିଟ୍ ୟୁଜି ପରୀକ୍ଷା ମେ ୪ ତାରିଖ ଅପରାହ୍ନ ୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ତିନି ଘଣ୍ଟା ଧରି ଅନୁଷ୍ଠିତ ହେବ। ଏନଟିଏ ମଧ୍ୟ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରାର୍ଥୀମାନେ neet.nta.nic.in ୱେବସାଇଟକୁ ଯାଇ ନିଟ୍ ୟୁଜି ୨୦୨୫ ପାଇଁ ଆବେଦନ କରିପାରିବେ । ଏନଟିଏ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ନିଟ୍ ୨୦୨୫ ପାଇଁ ଏପିଏଆର ଆଇଡି ବାଧ୍ୟତାମୂଳକ ନୁହେଁ ।