ଉମରକୋଟରୁ ଶୁଭାରମ୍ଭ ହେଲା ପୋଷଣ ଅଭିଯାନ

ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ଶୁଭାରମ୍ଭ ହେଲା ପୋଷଣ ଅଭିଯାନ। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୋଷଣ ଯୁକ୍ତ ମଧ୍ୟାହ୍ନ ଭୋଜନର ଶୁଭାରମ୍ଭ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।  ଉମରକୋଟଠାରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଉଭୟ ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ଲଡୁ ପ୍ରଦାନ କରିଛନ୍ତି ମନ୍ତ୍ରୀ । ଏହି ଲଡୁ ସପ୍ତାହକୁ ୩ ଦିନ ବଣ୍ଟନ କରାଯିବ । ଆଜି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୌଷ୍ଟିକ ମଧ୍ୟାହ୍ନ ଭୋଜନ ବଣ୍ଟନ କରିଛନ୍ତି। ।

Leave a comment