ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ କିଛି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ସାଇଣ୍ଟିଷ୍ଟ ଇଞ୍ଜିନିୟର, ଟେକ୍ନିକାଲ ଆସିଷ୍ଟାଣ୍ଟ, ଟେକ୍ନିସିଆନ, ଲାଇବ୍ରେରୀ ଆସିଷ୍ଟାଣ୍ଟ, ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ, ଡ୍ରଟସମ୍ୟାନ, ଫାୟାରମ୍ୟାନ, ରୋଷେୟା, ଡ୍ରାଇଭର ଆଦି ପଦରେ ନିଯୁକ୍ତି ଦିଆଯିବ ।ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ଆଜିଠାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ମାସ ୧୬ ତାରିଖରେ ସମାପ୍ତ ହେବ । ସାଇଣ୍ଟିଷ୍ଟ ଇଞ୍ଜିନିୟର ପଦ ପାଇଁ ପ୍ରାର୍ଥୀ ଏମ.ଇ / ଏମ.ଟେକ / ଏମ.ଏସଟି (ଇଞ୍ଜିନିୟରିଂ) କିମ୍ବା ସମତୁଲ୍ୟ ପାଠ୍ୟକ୍ରମରେ ୬୦ ପ୍ରତିଶତ ରଖି ପାସ୍ କରିଥିବେ । ଟେକ୍ନିକାଲ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ ଡିପ୍ଲୋମା ଇଞ୍ଜିନିୟରିଂରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବେ ।ଲାଇବ୍ରେରୀ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ ଗ୍ରାଜୁଏସନ ସହିତ ଲାଇବ୍ରେରୀ ସାଇନ୍ସ / ଲାଇବ୍ରେରୀ ଇନଫର୍ମେସନ ସାଇନ୍ସରେ ମାଷ୍ଟର ଡିଗ୍ରୀ କରିଥିବେ । ଟେକ୍ନିସିଆନ ପଦ ପାଇଁ ପ୍ରାର୍ଥୀ ଏସଏସଏଲସି/ ଏସଏସସି/ ମାଟ୍ରିକ ସହ ଆଇଟିଆଇ ପାସ୍ କରିଥିବେ । ଫାୟାରମ୍ୟାନ ପଦ ପାଇଁ ପ୍ରାର୍ଥୀ ଏସଏସଏଲସି / ଏସଏସସି ପାସ୍ କରିଥିବେ । ଡ୍ରାଇଭର ପଦ ପାଇଁ ପ୍ରାର୍ଥୀ ଏସଏସଏଲସି / ଏସଏସସି ପାସ୍ ସହ ୩ ବର୍ଷର ଅଭିଜ୍ଞତା ହାସଲ କରିଥିବେ । ରୋଷେୟା ପଦ ପାଇଁ ପ୍ରାର୍ଥୀ ଏସଏସଏଲସି / ଏସଏସସି ପାସ୍ ସହ ୫ ବର୍ଷର ଅଭିଜ୍ଞତା ହାସଲ ରହିଥିବ ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post