୨୦୨୪ ଜୁଲାଇ ୨୭ ଓ ୨୮ ରେ ଭୁବନେଶ୍ୱରର ଲୁମ୍ବିନି କନ୍ଭେନ୍ସନଠାରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ(ଆଇସିସି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମେଗା ନିଯୁକ୍ତି ମେଳା’ ଆରମ୍ଭ ହେବ ବୋଲି ବିସ୍ତୃତ ଭାବେ ସୂଚନା ଦିଆଯାଇଛି ।ଏହି ପରିପ୍ରେକ୍ଷୀରେ ସୋମବାର ଆଇସିସି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଭୁବନେଶ୍ୱରର ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ.ବି ପାଣିଙ୍କ ସମେତ ସିକତା ଦାସ, ଆର.କେ ଦାସ, ଜେ.ଡି. ପାଲ, ରାଜୀବ ସାହୁ ଏବଂ ବି.ଏନ. ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସମ୍ମିଳନୀର ଆଭିମୁଖ୍ୟ ଓ ମେଳା ସମ୍ପର୍କିତ ସମସ୍ତ ସୂଚନା ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ, ମେଡିକାଲ, ବ୍ୟାଙ୍କ, ହସ୍ପିଟାଲିଟି, ଆଇଟି, ଶିକ୍ଷା, ଖଣି, ଅଟୋମୋବାଇଲ୍ ଏବଂ ଏଚ୍ଆର୍ କନସଲଟାନ୍ସ ଭଳି ବିଭିନ୍ନ କ୍ଷେତ୍ରରେ ଚାକିରି ଖୋଜୁଥିବା ଆଶାୟୀ ଏବଂ ଶୀର୍ଷ ନିଯୁକ୍ତିଦାତାମାନେ ଅଂଶଗ୍ରହଣ କରିପାରିବେ।
ସେହିଭଳି ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ୪୦୦୦ରୁ ୫୦୦୦ ଅଂଶଗ୍ରହଣକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏପରିକି ଚାକିରି ଖୋଜୁଥିବା ଏବଂ ନିଯୁକ୍ତିଦାତାଙ୍କ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ଏବଂ ଯୋଗଦାନ ପାଇଁ ଆଇସିସି ନିଯୁକ୍ତି ମେଳା ୨୦୨୪ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାର୍ଟଫର୍ମ ହେବ।
ସେହିପରି ବିଭିନ୍ନ କମ୍ପାନୀ ଏବଂ ଚାକିରି ଖୋଜୁଥିବା ଲୋକଙ୍କୁ ଏକତ୍ର କରିବା ସହିତ ପ୍ରାର୍ଥୀଙ୍କ ଦକ୍ଷତା ଏବଂ ଯୋଗ୍ୟତାର ବାସ୍ତବ ମୂଲ୍ୟାଙ୍କନକୁ ଏହା ସୁଗମ କରିବ ବୋଲି ଆୟୋଜକଙ୍କ ପକ୍ଷରୁ ବିସ୍ତୃତ ଭାବେ ମତପ୍ରକାଶ କରାଯାଇଛି।
Trending
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
- ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ବନ୍ଧା ହେଲେ ଡିଏଫ୍ଓ ବାବୁ