ବର୍ଷକୁ ବର୍ଷ ଉଚ୍ଚମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ଛାତ୍ରଛାତ୍ରୀ ପରୀକ୍ଷାରେ ଖରାପ ପ୍ରଦର୍ଶନ କରୁଛନ୍ତି। ମାଟ୍ରିକ୍ରେ ‘ଏ-୧’ ଗ୍ରେଡ୍ ହାସଲ କରି ଭଲ ସରକାରୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି ସତ ମାତ୍ର ଯୁକ୍ତ୨ରେ ପାସ୍ କରିପାରୁ ନାହାନ୍ତି।ରାଜଧାନୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ଏକ ଉଦହରଣ ଭାବେ ନିଆଯାଇପାରେ। ଏହି କଲେଜର କଟ ଅଫ୍ ମାର୍କ ରାଜ୍ୟର ଅନ୍ୟ ବିଦ୍ୟାଳୟ ତୁଳନାରେ ଆଗରେ ରହୁଛି। ଏଠାକାର ଛାତ୍ରଛାତ୍ରୀ କଳା, ବିଜ୍ଞାନ ଓ ବାଣିଜ୍ୟରେ ଭଲ ନମ୍ବର ରଖି ଓଡ଼ିଶାରେ ନାଁ କରିବାର ନଜିର ରହିଛି। ତେବେ ଗତ କିଛି ବର୍ଷ ହେବ ଏଠାରେ ଯୁକ୍ତ୨ରେ ପାସ୍ହାର କମୁଥିବା ଦେଖିବାକୁ ମିଳୁଛି। ୨୦୨୨ରେ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୩୪୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୨ ଜଣ ଛାତ୍ରଛାତ୍ରୀ ବିଜ୍ଞାନରେ ଫେଲ୍ ହୋଇଥିଲେ। ୨୦୨୩ରେ ପରୀକ୍ଷା ଦେଇଥିବା ୩୮୨ଜଣଙ୍କ ମଧ୍ୟରୁ ୬୩ ଜଣ ସଫଳ ହୋଇପାରି ନଥିଲେ। ସେହିପରି ୨୦୨୨ରେ ବାଣିଜ୍ୟରେ ପରୀକ୍ଷା ଦେଇଥିବା ୧୨୨ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨ଜଣ ଫେଲ୍ ହୋଇଥିଲେ। ୨୦୧୩ରେ ୨୧ ଜଣ ଫେଲ୍ ହୋଇଥିଲେ। ଚଳିତ ଥର ପରୀକ୍ଷା ଫଳ ଆହୁରି ନୈରାଶ୍ୟଜନକ ହୋଇଛି। ବିଜ୍ଞାନରେ ୩୮୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୭୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୮୦ ଜଣ ଫେଲ୍ ହୋଇଛନ୍ତି। ବାଣିଜ୍ୟରେ ମଧ୍ୟ ୧୨୪ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୬ ଜଣ ଫେଲ୍ ହୋଇଛନ୍ତି।ସହରର ସମସ୍ତ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସମାନ ଅବସ୍ଥା। ଭୁବନେଶ୍ବରର ଛାତ୍ରଛାତ୍ରୀଙ୍କ ସ୍ଥିତିକୁ ଦେଖିଲେ ବିଜ୍ଞାନ ବିଭାଗର ଶ୍ରେଷ୍ଠ ଶହେ ମଧ୍ୟରେ ସହରର ୨୦ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସେଥିମଧ୍ୟରୁ ସରକାରୀ ଶିକ୍ଷାନୁଷ୍ଠାନର ମାତ୍ର ୬ଜଣ। ବିଜେବି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସର୍ବାଧିକ ୪ଜଣ ରହିଥିବା ବେଳେ ବେସିକ୍ ସାଇନ୍ସ ଓ ରମାଦେବୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଜଣେ ଲେଖାଏ ସ୍ଥାନ ପାଇଛନ୍ତି। ସହରର ସେଲ୍ଫ ଫାଇନାନ୍ସିଂ କଲେଜର ଛାତ୍ରଛାତ୍ରୀ ବିଜ୍ଞାନରେ ପୂର୍ବଭଳି ୯୦%ରୁ ଅଧିକ ମାର୍କ ରଖିଛନ୍ତି। କଳା ବିଭାଗରେ ମଧ୍ୟ ଅନୁରୂପ ଅବସ୍ଥା। ଶ୍ରେଷ୍ଠ ୫୦ ମଧ୍ୟରେ ଭୁବନେଶ୍ବରର ମାତ୍ର ୫ଜଣ ରହିଛନ୍ତି। ବିଜେବି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୩ ଓ ରମାଦେବୀର ଦୁଇ ଜଣ ତାଲିକାରେ ସ୍ଥାନ ପାଇଛନ୍ତି। ବାଣିଜ୍ୟ ବିଭାଗର ଶ୍ରେଷ୍ଠ ୫୦ଜଣଙ୍କ ମଧ୍ୟରେ କେବଳ ବିଜେବି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ହିଁ ୩ଜଣ କୃତୀ ପରୀକ୍ଷାର୍ଥୀ ରହିଥିବା ସୂଚନା ମିଳିଛି। ଯୁକ୍ତ୨ ବିଜ୍ଞାନ ନାମଲେଖା ସମୟରେ କଟ୍ ଅଫ୍ ମାର୍କରେ ସବୁଠାରୁ ଆଗରେ ରହୁଥିବା ମହର୍ଷି କଲେଜ ଅଫ୍ ନାଚ୍ୟୁରାଲ ଲ’, ରାଜଧାନୀ କଲେଜ, ଏକାମ୍ର କଲେଜର କୌଣସି ବି ଛାତ୍ରଛାତ୍ରୀ ୯୦% ରଖିବାରେ ସଫଳ ହୋଇନାହାନ୍ତି। ରମାଦେବୀ ଓ ବେସିକ୍ ସାଇନ୍ସର ମାତ୍ର ଜଣେ ଲେଖାଏ ବିଦ୍ୟାର୍ଥୀ ବିଜ୍ଞାନ ବିଭାଗର ଶ୍ରେଷ୍ଠ ଶହେରେ ସ୍ଥାନ ପାଇଛନ୍ତି।
Trending
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
Prev Post