ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା, ଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏ ସଂପର୍କିତ ପତ୍ର ଜାରି ହୋଇଛି

ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା। ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ୍ ସେବା ମିଳିବ। ଦୂରତା କାରଣରୁ ଡ୍ରପ୍‌ଆଉଟ୍‌ ହ୍ରାସ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ପରିବହନ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟ ସରକାର ଏହାକୁ ଅନୁମୋଦନ ଦେଇଥିବା ବେଳେ ପରିବହନ ବିଭାଗ ପକ୍ଷରୁ ଦୁଇଦିନ ତଳେ ଏ ସଂପର୍କିତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏ ସଂପର୍କିତ ପତ୍ର ଜାରି ହୋଇଛି। ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ଅଗଷ୍ଟ ମାସରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ସ୍କୁଲକୁ ଯିବାଆସିବା ପାଇଁ ସହଜରେ ଗମନାଗମନ ସୁବିଧା କରିବା ଓ ଡ୍ରପ୍‌ ଆଉଟ୍‌ ହ୍ରାସ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବସ୍‌ରେ ଯାତ୍ରା ବେଳେ ଛାତ୍ରଛାତ୍ରୀ ୟୁନିଫର୍ମ ବା ଆଇଡି କାର୍ଡ ପିନ୍ଧିବେ। ଉଭୟ ଏସି ଓ ନନ୍‌ ଏସି ବସ୍‌ରେ ଏହି ସେବା ଲାଗୁ ହେବ। ଓଏସ୍‌ଆରଟିସି ପକ୍ଷରୁ ବର୍ତ୍ତମାନର ବସ୍‌ ରୁଟ୍‌ ଓ ସମୟରେ ସଂଶୋଧନ କରାଯିବ। ସର୍ବାଧିକ ସ୍କୁଲ ଥିବା ରାସ୍ତାକୁ ସଂଶୋଧିତ ରୁଟ୍‌ରେ ସାମିଲ୍ କରାଯିବ।

Leave a comment