ଆସନ୍ତା ୧୮ ତାରିଖରୁ ମାର୍ଚ୍ଚ ୨୭ ଯାଏ ଚାଲିବ ପରୀକ୍ଷା, ଯେଉଁମାନେ ଲିକ କରିବେ କିମ୍ବା କୌଣସି ଭୁଲ ଖବର ବୁଲେଇବେ ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେବ

ଆସନ୍ତା ୧୮ ତାରିଖରୁ ମାର୍ଚ୍ଚ ୨୭ ଯାଏ ଚାଲିବ ପରୀକ୍ଷା । ଏଥର ୨୨ ଟି ସିଟିଂ ହେବ ପରୀକ୍ଷା । ପରୀକ୍ଷା ସମୟ ଦିନ ୧୦ ରୁ ୧ ପର୍ୟ୍ୟନ୍ତ ଚାଲିବ । ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପାଇଁ ଆଉ ଏକ ଘଣ୍ଟା ଅଧିକ ମିଳିବ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁତୟନ ହେବେ ଆର୍ମ ଫୋର୍ସ । ଏଥର ଦୁଇସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । ପରୀକ୍ଷା ଦେଢ଼ ଘଣ୍ଟା ଆଗରୁ ଅର୍ଥାତ ୮.୩୦ ପୂର୍ବରୁ ପରୀକ୍ଷା ସେଣ୍ଟରରେ ପହଞ୍ଚିବ ପରୀକ୍ଷା ପ୍ରଶ୍ନପତ୍ର । ପ୍ରଶ୍ନ ପତ୍ର ଲିକ ନ ହେବା ପାଇଁ ବଡ଼ ପ୍ରସ୍ତୁତି କରାଯାଇଛି । ଯେଉଁମାନେ ଲିକ କରିବେ କିମ୍ବା କୌଣସି ଭୁଲ ଖବର ବୁଲେଇବେ ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେବ ।

ଏଥର ୧୨ ସହ ୭୬ ସେଣ୍ଟରରେ ପରୀକ୍ଷା ଦେବେ ୩ ଲକ୍ଷ୍ୟ ୯୩ ହଜାର ୬୧୮ ଛାତ୍ରଛାତ୍ରୀ । ରାଜ୍ୟର ୩୦ ଜିଲାରେ ୩୫ ସ୍ଥାନରେ ସ୍କ୍ୱାର୍ଡ ରହିବେ । ତାପମାତ୍ରାକୁ ଦେଖି ପରୀକ୍ଷା ସେଣ୍ଟରରେ ପାଣି ଓ ORS ବ୍ୟବସ୍ଥା ହେବ ।

ସୁରକ୍ଷାକୁ ନେଇ ଏଥର ରହିବ ୫ ସ୍ତରରେ ସ୍କ୍ୱାଡ ବ୍ୟବସ୍ଥା । ପ୍ରଥମେ ସ୍କୁଲ ସ୍ତରରେ ସ୍କ୍ୱାଡ ମୁତୟନ ହେବେ । ତାପରେ ଜୋନ ସ୍ତରରେ ପରେ ଜିଲ୍ଲା ପ୍ରଶାସନ ସ୍କ୍ୱାଡ । ସେହିଭଳି ୪ ଜୋନରୁ ଅପରେଟ ହେବେ ସ୍ଵତନ୍ତ୍ର ସ୍କ୍ୱାଡ ଏବଂ ୩୦ ଜିଲ୍ଲାରେ ୩୫ ଟି ଜାଗାରେ ସେଣ୍ଟ୍ରାଲ ସ୍କ୍ୱାର୍ଡ ମଧ୍ୟ ମୁତୟନ ହେବେ । ସୁରକ୍ଷାକୁ ଦେଖି ସବୁ ସେଣ୍ଟରରେ ସିସିଟିଭି ରହିଛି । କେବଳ ସେଣ୍ଟ୍ରାଲ ଅଫିସ ରେ ସବୁ ସିସିଟିଭିକୁ ଆସେସ କରିହେବ ।

ପରୀକ୍ଷା ସିଲାବସରେ ହୋଇନି କୌଣସି ପରିବର୍ତ୍ତନ । ପରୀକ୍ଷା ପ୍ୟାଟର୍ନରେ ଟିକେ ପରିବର୍ତ୍ତନ ହୋଇଛି । ଏଥର ୧୦ ମାର୍କ ବଦଳରେ ୫ ମାର୍କ ପରୀକ୍ଷା ପ୍ରଶ୍ନ ପଡ଼ିବ । ୪୫ ଦିନ ମଧ୍ୟରେ ବାହାରିବ ପରୀକ୍ଷା ଫଳ । ତାପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।