ଓଡ଼ିଶା ବେଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) ଅଧିନରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଏଟିଓ)ଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ଗତ ମାସ ୧୫ ତାରିଖରେ ଶର୍ଟ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ବିସ୍ତୃତ ବିଜ୍ଞପ୍ତି ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।ଏନଟିସି / ଏନଏସି ଧାରୀଙ୍କ ପାଇଁ ୧୨୫ଟି ଓ ଡିପ୍ଲୋମା / ଡିଗ୍ରୀ ଧାରୀଙ୍କ ପାଇଁ ୧୨୫ଟି ପଦ ଖାଲି ରହିଛି । ପ୍ରଥମ ପଦ ପାଇଁ ପ୍ରାର୍ଥୀ ଏନଟିସି / ଏନଏସି/ ଆଇଟିଆଇ ପାସ କରିଥିବା ଆବଶ୍ୟକ । ସେହିପରି ଦ୍ୱିତୀୟ ପଦ ପାଇଁ ପ୍ରାର୍ଥୀ ସର୍ବଭାରତୀୟ ବୈଷିୟକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ / ବୋର୍ଡ/ ୟୁନିଭରସିଟିରୁ ଡିପ୍ଲୋମା / ବି.ଇ/ ବି.ଟେକ ପାସ୍ କରିଥିବା ଆବଶ୍ୟକ ।ଏଟିଓ (ଏନଟିସି / ଏନଏସି ହୋଲଡର) ପ୍ରାର୍ଥୀଙ୍କୁ କୋପା, ଡ୍ରେସ ମେକିଂ, ଇଲେକ୍ଟ୍ରିସିଆନ, ଫିଟ୍ଟର, ଇନଷ୍ଟୁମେଣ୍ଟ ମେକାନିକ, ମେସିନିଷ୍ଟ, ପ୍ଲମ୍ବର, ଟର୍ଣ୍ଣର, ୱେଲଡର, ଟର୍ଣ୍ଣର ଆଦି ୧୬ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । ସେହିପରି ଏଟିଓ (ଡିପ୍ଲୋମା / ଡିଗ୍ରୀ ହୋଲଡର) ପ୍ରାର୍ଥୀଙ୍କୁ କୋପା, ଡ୍ରଟସମ୍ୟନ ମେକାନିକାଲ, ଇଞ୍ଜିନିୟରିଂ ଡ୍ରଇଂ, ୱେୟାରମ୍ୟାନ, ଟର୍ଣ୍ଣର, ମେକାନିକ ମୋଟର ଭେହିକିଲ, ୱେଲଡର ଆଦି ୧୯ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଏପ୍ରିଲ ୧୪ରୁ ମେ ୧୫ ମଧ୍ୟରେ ଅନଲାଇନ୍ ପଞ୍ଜିକରଣ କରାଯିବ ।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post