+2 ନାମଲେଖା ପାଇଁ ଆଜିଠୁ ଆବେଦନ । ଆଜିଠୁ ଜୁନ୍ ୩୦ ତାରିଖ ଯାଏଁ ଅନଲାଇନ୍ ଆବେଦନ । ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଆଜି ଦିନ ୨ଟାରୁ ଆରମ୍ଭ ହେବ ପ୍ରକ୍ରିୟା । ୩୦ ତାରିଖ ଦିନ ୧୧ ଟା ୪୫ ସୁଦ୍ଧା ଆବେଦନ ଶେଷ ହେବ ।
ଜୁଲାଇ ୭ରେ ପ୍ରଥମ ମେରିଟ୍ ଲିଷ୍ଟ ବାହାରିବ । ଜୁଲାଇ ୮ରୁ ୧୪ ଯାଏଁ ଆଡମିସନ୍ ପ୍ରକ୍ରିୟା ଜାରି ରହିବ । ଜୁଲାଇ ୨୪ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ ହେବ । ରାଜ୍ୟରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ସମେତ ସେଲ୍ଫ ଫାଇନାନ୍ସିଂ କଲେଜ୍, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମେ ୨୪ରୁ ୱେବ୍ସାଇଟରେ କମନ୍ ଆପ୍ଲିକେଶନ ଫର୍ମ (ସିଏଏଫ୍) ଉପଲବ୍ଧ ହେବ । ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ।