ଛାତ୍ରାବାସରେ ପଶି କନିଷ୍ଠ ଛାତ୍ରଙ୍କୁ ମାଡ଼ ମାରିଲେ ବରିଷ୍ଠ ଛାତ୍ର

ବିଦ୍ୟାଳୟରେ ରାଗିଂ। ଛାତ୍ରାବାସରେ ପଶି କନିଷ୍ଠ ଛାତ୍ରଙ୍କୁ ମାଡ଼ ମାରିଲେ ବରିଷ୍ଠ ଛାତ୍ର। ଏଭଳି ଅଭିଯୋଗ ଆସିଛି ନୂଆପଡ଼ା ତରବୋଡ଼ ନବୋଦୟ ବିଦ୍ୟାଳୟରୁ। ୭ ଜଣ ଦ୍ଵାଦଶ ଶ୍ରେଣୀର ଛାତ୍ର ଦଶମ ଶ୍ରେଣୀ ଛାତ୍ର ରହୁଥିବା ହଷ୍ଟେଲରେ ପଶି ପିଲାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ୨୨ ଜଣ ଛାତ୍ର ଉପର ଶ୍ରେଣୀ ଛାତ୍ରଙ୍କଠାରୁ ମାଡ଼ ଖାଇଥିବା ଅଭିଯୋଗ କରିଛନ୍ତି। ଏହା ପ୍ରତିବାଦରେ ସେମାନେ ଧାରଣା ଦେଇଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ମାଡ଼ ମାରିଥିବା ୭ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଗିଂର ଶିକାର ହୋଇଥିବା ଛାତ୍ରମାନେ ଦାବି କରିଛନ୍ତି।