ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ କଳା, ବିଜ୍ଞାନ ଓ ବାଣିଜ୍ୟର କଟ୍‌ଅଫ୍‌ ତାଲିକା

ଚଳିତ ବର୍ଷର ଯୁକ୍ତ ୩ ନାମଲେଖା ପାଇଁ ଗୁରୁବାର ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । କଳା, ବିଜ୍ଞାନ ଓ ବାଣିଜ୍ୟର କଟ୍‌ଅଫ୍‌ ତାଲିକା ପ୍ରକାଶ ପାଇଛି । ସର୍ବାଧିକ କଟ୍‌ଅଫ୍‌ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ ରହିଛି । କଳା ବିଭାଗରେ ରାଜନୀତି ବିଜ୍ଞାନରେ ସର୍ବାଧିକ ୯୨.୮୦ % କଟ୍‌ଅଫ୍‌ । ପ୍ରାଣୀ ବିଜ୍ଞାନରେ ୯୪%, ପଦାର୍ଥ ବିଜ୍ଞାନରେ ୯୩.୬୭% । ବାଣିଜ୍ୟରେ ୯୦.୫୦ ପ୍ରତିଶତ କଟ୍‌ଅଫ୍‌ ମାର୍କ । ଯୁକ୍ତ ତିନି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଟ ୨ ଲକ୍ଷ ୭୪ ହଜାର ୫୦୯ ସିଟ୍‌ ଥିବା ବେଳେ ପ୍ରାୟ ୨ ଲକ୍ଷ ୬୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ୧ ଲକ୍ଷ ୭୫ ହଜାର ୭୨୨ ମେଧା ତାଲିକାରେ ସ୍ଥାନିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୭୦ ହଜାର ୭୪୫ ଜଣ ପୁଅ ଓ ୧ ଲକ୍ଷ ୪ ହଜାର ୯୬୭ ଝିଅ ମନୋନୀତ ହୋଇଛନ୍ତି । ସେହିପରି ବିଜ୍ଞାନରେ ମୋଟ ୪୫ ହଜାର ୮୫୫, କଳାରେ ୧ଲକ୍ଷ ୭ ହଜାର ୬୯ ଜଣ ଓ ବାଣିଜ୍ୟରେ ୧୬ ହଜାର ୨୦୫ ପ୍ରଥମ ପର୍ଯ୍ୟାୟରେ ସ୍ଥାନ ମନୋନୀତ ହୋଇଛନ୍ତି।

Leave a comment