ଏପ୍ରିଲ ୭ରେ ହୋଇଥିବା ଓଡ଼ିଶା ହାଇକୋର୍ଟର ଅନୁବାଦକ ପଦର ପ୍ରିଲିମିନାରୀ ପରୀକ୍ଷାର ରେଜଲ୍ଟ ଘୋଷଣା ହୋଇଛି । ମୋଟ ୭୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଆସନ୍ତା ୨୦ ତାରିଖରେ ଏହି ପଦ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ନେଇ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ । କଟକ ସ୍ଥିତ ଓଡ଼ିଶା ହାଇକୋର୍ଟର କନଭେନସନ ହଲରେ ନିର୍ଦ୍ଧାରିତ ସମୟରେ ଏହି ପରୀକ୍ଷା ହେବ ।ପ୍ରଥମ ଶିଟିଂରେ ସକାଳ ୮.୩୦ରୁ ୧୦୩୦ ପର୍ଯ୍ୟନ୍ତ ଇଂରାଜୀ ପରୀକ୍ଷା ହେବ । ସେହିପରି ଦ୍ୱିତୀୟ ଶିଟିଂରେ ସକାଳ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଗଣିତ ପରୀକ୍ଷା ହେବ । ତୃତୀୟ ଶିଟିଂରେ ଅପରାହ୍ଣ ୨.୩୦ରୁ ୩.୩୦ ପର୍ଯ୍ୟନ୍ତ ଜେନେରାଲ ଆୱାରନେସ ଓ ରିଜେନିଙ୍ଗ ପରୀକ୍ଷା ହେବ । ପ୍ରାର୍ଥୀମାନେ ନିଜ ନିଜର ଓରିଜିନାଲ ଆଧାର କାର୍ଡ ଓ ଆଡମିଟ୍ କାର୍ଡ ନେଇ ସକାଳ ୭.୩୦ରେ ଧାର୍ଯ୍ୟ ପରୀକ୍ଷା ଭେନ୍ୟୁରେ ପହଞ୍ଚିବେ । ଏପ୍ରିଲ ୧୦ ତାରିଖ ସକାଳ ୧୦ଟା ପରଠାରୁ ୨୦ ତାରିଖ ସକାଳ ୭ଟା ମଧ୍ୟରେ ପ୍ରାର୍ଥୀମାନେ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।
Trending
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ