ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାଗଣା ସିଭିଲ୍ ସର୍ଭିସ କୋଚିଂ ଯୋଜନା ଆରମ୍ଭ କରାଯାଇଥିଲା । ଏନେଇ ଗତବର୍ଷ ମାର୍ଚ୍ଚ ମା୬ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ସହିତ ରାଜ୍ୟର ୫ଟି ସହରରେ ପ୍ରାର୍ଥୀମାନେ ପରୀକ୍ଷା ଦେଇଥିଲେ । ମୋଟ ୮ ହଜାରରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦ ମେଧାବୀଙ୍କୁ ଚୟନ କରାଯାଇଥିଲା ।ତେବେ ୨୦୨୪-୨୫ ଶିକ୍ଷାବର୍ଷ ସକାଶେ ଏହି ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ସମାପ୍ତ ହୋଇଛି । ୬ ହଜାରରୁ ଅଧିକ ଆଶାୟୀ ଏଥିପାଇଁ ଆବେଦନ କରିଛନ୍ତି । ଆସନ୍ତା ୨୯ ତାରିଖରେ ସାମ୍ସ ଓ ଏସଏସବି ୱେବସାଇଟରେ ଆଡମିଟ୍ କାର୍ଡ ଜାରି ହେବ । ଏହାପରେ ମେ’ ୫ରେ ପ୍ରି-କ୍ୱାଲିଫାଏ ପ୍ରବେଶିକା ପରୀକ୍ଷା ହେବ । ଜୁନ ମାସରୁ କୋଚିଂ ଆରମ୍ଭ କରିବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଚୟନ ହୋଇଥିବ ପ୍ରାର୍ଥୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୧୧ ମାସିଆ ମାଗଣା କୋଚିଂ ଦିଆଯିବା ସହିତ ଖାଇବା ଓ ରହିବା ପାଇଁ ଅର୍ଥ ପ୍ରଦାନ କରାଯାଇଥାଏ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post