ସିବିଏସଇର ସିଙ୍ଗଲ ଗାର୍ଲ ଚାଇଲ୍ଡ ସ୍କଳଶରସିପ୍ ପାଇଁ ଆବେଦନ କରିନାହାଁନ୍ତି, ସେମାନଙ୍କ ପାଇଁ ବଡ଼ ଖବର । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ବୋର୍ଡ ୨୦୨୩-୨୪ ବର୍ଷ ପାଇଁ ସାରା ଦେଶରେ ୧୧ କିମ୍ବା ୧୨ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀମାନଙ୍କ ସ୍କଲାରସିପ୍ ଆବେଦନ ତାରିଖକୁ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛି ।
ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଥିଲା ୧୮ ଅକ୍ଟୋବର ୨୦୨୩ । ୨୦ ଅକ୍ଟୋବର ୨୦୨୩ ଶୁକ୍ରବାର ଦିନ ଜାରି କରାଯାଇଥିବା ସର୍ବସାଧାରଣ ବିଜ୍ଞପ୍ତିରେ ବୋର୍ଡ ଘୋଷଣା କରିଛି ଯେ, ବର୍ତ୍ତମାନ ଛାତ୍ରୀମାନେ ଏହି ସ୍କଲାରସିପ୍ ପାଇଁ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।ଏହି ସ୍କଲାରସିପ୍ ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା ଏବଂ ଏହାର ଶେଷ ତାରିଖ ୧୮ ଅକ୍ଟୋବର ୨୦୨୩ ଥିଲା । ସିବିଏସ୍ଇ ଦ୍ୱାରା ଆରମ୍ଭ ହୋଇଥିବା ସିଙ୍ଗଲ୍ ଗାର୍ଲ ଚାଇଲ୍ଡ ସ୍କଲାରସିପ୍ ଅନୁଯାୟୀ, ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ପ୍ରତି ମାସରେ ୫୦୦ ଟଙ୍କା ପ୍ରଦାନ କରାଯିବ । ଅଧିକ ସୂଚନା ପାଇଁ ଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ cbse.gov.inକୁ ଯାଇ ବିଜ୍ଞପ୍ତି ଯାଞ୍ଚ କରିପାରିବେ ।
Trending
- କୋରାପୁଟ ରୁ ମୋହନଙ୍କ ବଡ଼ ଘୋଷଣା ,4 ଜିଲ୍ଲାରେ ଖୋଲିବ ମେଡ଼ିକାଲ କଲେଜ
- ପୁରୁଷ ବନ୍ଧୁ ଗିରଫ
- ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ ସାନି ସତ୍ୟପାଠ ଦାଖଲ
- ଜବତ ହେଲା କିଲର ଥର୍
- ଗୁଜରାଟ-ରାଜସ୍ଥାନ ସୀମାରେ ଭୂମିକମ୍ପ ଅନୁଭୂତ
- ଗଠନ ହେବ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ରକ୍ଷା ବନ୍ଧନରେ କୁନି ଶିଶୁର ଅନୁରୋଧକୁ ରକ୍ଷା କଲେ ପ୍ରଧାନମନ୍ତ୍ର
- ରକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ହିତାଧିକାରୀଙ୍କ ଖାତାକୁ ଆସିଛି
- ରାତି ପାହିଲେ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା
- ଭାରତବାସୀଙ୍କୁ ସୁଲଭ ମୂଲ୍ୟରେ ଏଲପିଜି ଦେବା ପାଇଁ ୩୦ହଜାର କୋଟିର ଉପହାର ଘୋଷଣା କଲେ କେନ୍ଦ୍ର ସରକାର
Prev Post
Next Post