ରେଲୱେ ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ୩୧୧୫ଟି ଆପ୍ରେଣ୍ଟିସ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଗତ ମାସ ୨୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅନ୍ତିମ ତାରିଖ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ବିବରଣୀ ପାଇ ପାରିବେ ।ପ୍ରାର୍ଥୀଙ୍କୁ ଏଥିପାଇଁ ୧୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ପେମେଣ୍ଟ ଡେବିଟ କାର୍ଡ/ କ୍ରେଡିଟ କାର୍ଡ / ଇଣ୍ଟରନେଟ ବ୍ୟାଙ୍କିଂ ଜରିଆରେ ଗ୍ରହଣ କରାଯିବ । ୨୦୨୦ ମସିହା ମାର୍ଚ୍ଚ ମାସ ୧୩ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୫ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଅନ୍ୟ ପଛୁଆ ବର୍ଗ (ଓବିସି) ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ କ୍ଷେତ୍ରରେ ନିୟମ ଅନୁଯାୟୀ ବୟସ କୋହଳ କରାଯିବ ।ପ୍ରାର୍ଥୀ ଦଶମ କିମ୍ବା ଏହାର ସମତୁଲ୍ୟ ପରୀକ୍ଷାରେ (ଯୁକ୍ତଦୁଇ ପରୀକ୍ଷା ବ୍ୟବସ୍ଥା ଅଧିନରେ) ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖି ପାସ୍ କରିଥିବେ । ଏଥିସହିତ ପ୍ରାର୍ଥୀ ଏନସିଭିଟି / ଏସସିଭିଟି ଦ୍ୱାରା ପ୍ରାସଙ୍ଗିକ ବିଭାଗରେ ନ୍ୟାସନାଲ ଟ୍ରେଡ ସାର୍ଟିଫିକେଟ ହାସଲ କରିଥିବେ ।
Trending
- ୮ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବେ ରାଜ୍ୟ ସରକାର
- ଚଳନ୍ତା ଆମ ବସ୍ରେ ଲାଗିଲା ନିଆଁ
- ଲଗାତାର ୩୦ ଦିନ ଧରି ଗିରଫ ହେବା ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ପଦ ହରାଇପାରନ୍ତି
- ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
- ନବୀନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାରିଥିଲେ ଚାପୁଡ଼ା
- କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର
- ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା
- କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ
- ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି