ରେଲଓ୍ବେ ରିକ୍ରୁଟମେଣ୍ଟ ସେଲ ଏବଂ ଇଷ୍ଟନ ରେଲଓ୍ବେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାର କରିଛି । ଯେଉଁମାନେ ଏହି ପଦବୀ ପାଇଁ ଆଶାୟୀ ରହିଛନ୍ତି ସେମାନେ ଆପ୍ଲିକେସନ ଲିଙ୍କ୍ ଆକ୍ଟିଭ ହେବା ପରେ ଆବେଦନ କରିପାରିବେ । ଏହି ନିଯୁକ୍ତି ଜରିଆରେ 3ହଜାର 115ଜଣଙ୍କୁ ମିଳିବ ଚାକିରି । ସେପ୍ଟେମ୍ବର 9 ତାରିଖରେ ଜାରି ହୋଇଛି ନୋଟିଫିକେସନ ।ପ୍ରକାଶଥାଉକି, ଆରଆରସି ଇଆଇଆଇ ଅପ୍ରେଣ୍ଟିସ ପଦ ପାଇଁ ବର୍ତ୍ତମାନ ଆବେଦନ ଆମ୍ଭ ହୋଇନାହିଁ । 24 ସେପ୍ଟେମ୍ବର ଆବେଦନ ତାରିଖ ରହିଥିବା ବେଳେ ଶେଷ ତାରିଖ ଅକ୍ଟୋବର 23 ରହିଛି । ଏହି ପଦବୀ ପାଇଁ କେବଳ ଅନଲାଇନରେ ଆବେଦନ କରିପାରିବେ । ଅଫିସିଆଲ ଓ୍ବେବସାଇଟ rrcer.org.କୁ ଯାଇ ଆବେଦନ କରିପାରିବେ ଆଶାୟୀ ।ଆରଆରସି ଇଆଇର ଅପ୍ରେଣ୍ଟିସ ପଦରେ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ ଅଧୀନରେ 10ମ ପାସ୍ ହୋଇଥିବା ଆବଶ୍ୟକ । କିନ୍ତୁ 50 ପ୍ରତିଶତ ମାର୍କ ରଖିଥିବା ଜରୁରୀ ଅଟେ । ଏହାସହିତ ସମ୍ବନ୍ଧିତ ବିଭାଗରେ ଆଇଟିଆଇ ଏବଂ ଡିପ୍ଲୋମା ମଧ୍ୟ କରିଥିବା ଜରୁରୀ ଅଟେ । ଏହି ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଏବଂ ଓବିସିମାନଙ୍କ ପାଇଁ 100 ଟଙ୍କା ଫି ରହିଛି । କେବଳ ଅନଲାଇନରେ ହିଁ ଏହି ପେମେଣ୍ଟ କରିପାରିବେ । କହିରଖୁଛୁ କି, ଏହା ନନ ରିଫଣ୍ଡେବଲ ଅଟେ ଅର୍ଥାତ ଥରେ ପେମେଣ୍ଟ ହେବା ପରେ ଆଉ ଫେରସ୍ତ ହେବ ନାହିଁ । ତେବେ ଏହି ପଦବୀରେ ଚୟନ କରିବା ପାଇଁ କୌଣସି ପ୍ରକାରେ ପରୀକ୍ଷା ନାହିଁ ।
Trending
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
Prev Post
Next Post