ଭାରତର ଯବାନ ଭାବରେ ଦେଶ ସେବା କରିବା ପାଇଁ ଇଚ୍ଛୁକ ଯୁବକମାନଙ୍କ ପାଇଁ ବମ୍ପର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ମାଟ୍ରିକ କିମ୍ବା ଦ୍ୱାଦଶ ପାସ୍ କରିଥିବା ପିଲାମାନଙ୍କ ପାଇଁ ସରକାରୀ ଚାକିରିର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଭାରତୀୟ ସେନାରେ ନିଯୁକ୍ତି ପାଇବାର ଏକ ବଡ଼ ସୁଯୋଗ ପାଇପାରିବେ ଯୁବକ । ସାରା ଦେଶରେ ରାଲି ଆୟୋଜନ କରିବା ପାଇଁ ଯାଉଛି ଭାରତୀୟ ସେନା । ଆପଣ ଯଦି ଇଚ୍ଛୁକ ଅଛନ୍ତି, ତେବେ ଏହାର ଅଫିସିଆଲ ୱେବସାଇଟ ରେ ଯାଇ ଭାରତୀୟ ସେନାର ଲାଟେଷ୍ଟ ଓପନ ରାଲି ୨୦୨୪-୨୫ ସହିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇପାରିବେ । ଦେଶରେ ବିଭିନ୍ନ ପଦ ପାଇଁ ନୋଟିଫିକେସନ୍, ସିଲେକ୍ସନ ଏବଂ ଆପ୍ଲିକେସନ ପ୍ରସେସ ସହ ଭାରତୀୟ ସେନା ଭର୍ତ୍ତି ଅଭିଯାନ ଆରମ୍ଭ ହୋଇଯାଇଛି ।ଭାରତୀୟ ସେନା ଏହି ଭର୍ତ୍ତି ରାଲି ମାଧ୍ୟମରେ ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରଦାନ କରାଯିବ । ଭାରତୀୟ ସେନାରେ ନିଯୁକ୍ତି ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏହି ରାଲିରେ ସାମିଲ ହୋଇପାରିବେ । ତେବେ ଏହାସହିତ ଭାରତୀୟ ସେନା ରାଲିରେ ସାମିଲ ହେବା ପାଇଁ ପ୍ରାର୍ତୀମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା(ପିଇଟି) ବା ଶାରୀରିକ ମାନକ ପରୀକ୍ଷଣ(ପିଏସଟି) ପାସ୍ କରିବାକୁ ହେବ । ତେବେ ଏଥିରେ ସାମିଲ ହେବା ପାଇଁ ଯୋଗ୍ୟତା ମଧ୍ୟ ରହିଛି । ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦଶମ ତଥା ଦ୍ୱାଦଶ ପରୀକ୍ଷାରେ ପାସ୍ ହୋଇଥିବା ଆବଶ୍ୟକ । ଏହାପରେ ହିଁ ଜଣେ ପ୍ରାର୍ଥୀ ଏହି ରାଲିରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ।ତେବେ ଯୋଗ୍ୟ ପ୍ରାର୍ଥୀଙ୍କ ସନ୍ଧାନରେ ଭାରତୀୟ ସେନା ସାରା ଦେଶରେ ଏହି ରାଲିର ଆୟୋଜନ ଆରମ୍ଭ କରିଛି ।
Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Prev Post
Next Post