ଭାରତୀୟ ରେଳର ବଡ଼ ନିଯୁକ୍ତି ସୁଯୋଗ

ସମସ୍ତ ଯୁବପିଢୀଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଛି ଭାରତୀୟ ରେଳ । ୧ ହଜାରରୁ ଅଧିକ ପଦରେ ନିଯୁକ୍ତି ସୁଯୋଗ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ…

ଭାରତୀୟ ରେଳର ଏହି ଭ୍ୟାକେନ୍ସି ବିଭିନ୍ନ ଟ୍ରେଡ୍ସ ପାଇଁ ବୋଲି ଜାଣିବାକୁ ମିଳିଛି । ଏହାଦ୍ୱାରା ମୋଟ ୧୦୧୦ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ପ୍ରଦାନ କରାଯିବ । ମେ’ ୨୨ ତାରିଖରୁ ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହେବାକୁ ଥିବା ବେଳେ ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଆହ୍ୱାନ କରିଛି ଇଣ୍ଡିଆନ୍ ରେଲୱେ । ତେବେ ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ କେବଳ ଅନଲାଇନରେ ଆବେଦନ କରିପାରିବେ । ଏଥିପାଇଁ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି, ଚେନ୍ନାଇର ଅଫିସିଆଲ ୱେବସାଇଟ pb.icf.gov.in କୁ ଯାଆନ୍ତୁ । ଏହି ବିଜ୍ଞପ୍ତିରେ କାରପେଣ୍ଟର, ଇଲେକ୍ଟ୍ରିସିଆନ୍, ଫିଟର, ପେଣ୍ଟର, ମେକାନିଷ୍ଟ, ୱେଲ୍ଡର ଏମଏଲଟି-ପାଥୋଲୋଜି, ଏମଏଲଟି-ରେଡିଓଲୋଜି, ପ୍ରୋଗ୍ରାମିଙ୍ଗ ଆଣ୍ଡ ସିଷ୍ଟମ ଆଡମିନିଷ୍ଟ୍ରେସନ ଆସିଷ୍ଟାଣ୍ଟ ଇତ୍ୟାଦି ବିଭିନ୍ନ ପଦ ପୂରଣ ହେବ ।ଏଥିରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥି ଯେକୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ବିଜ୍ଞାନ ଏବଂ ମ୍ୟାଥ୍ ବିଷୟ ସହ ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ । ଏଥିପାଇଁ ବୟସସୀମା ୧୫-୨୪ ବର୍ଷ ହୋଇଥିବା ବେଳେ ସଂରକ୍ଷିତ ଜନଜାତି ପାଇଁ ବୟସ ସୀମାରେ ଆଶ୍ୱସ୍ତି ଦିଆଯିବ । ସେହିପରି ଆବେଦନ କରିବା ପାଇଁ ୧୦୦ ଶୁଳ୍କ ଦେବାକୁ ହେବ । ତେବେ ସଂରକ୍ଷିତ, ପିଏଚ ପ୍ରାର୍ଥୀ ଏବଂ ମହିଳା ପ୍ରାର୍ଥୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଆବେଦନ କରିବା ପାଇଁ ଆସନ୍ତା ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ସମୟ ରହିଛି ।