ନୂଆ ନୂଆ ପାଠ୍ୟକ୍ରମ ସହ ଆଧୁନିକ ଯୁଗକୁ ପ୍ରାଧାନ୍ୟ ଦେଉଛନ୍ତି ଭାରତ ସରକାର। ତେବେ ୧୬ ବର୍ଷରୁ କମ୍ ପିଲା ଅର୍ଥାତ ସ୍କୁଲ ପିଲା ଏଣିକି କୋଚିଂ ସେଣ୍ଟରରେ ପାଠ ପଢ଼ିବେନି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସର୍ବନିମ୍ନ ମାନ ପାଇଁ ସରକାର ଏପରି ଗାଇଡଲାଇନ୍ ଆଣିଥିବା କୁହାଯାଉଛି। ଏନେଇ ଗତକାଲି ସରକାର ନିଷ୍ପତି ନେଇଥିବା ବେଳେ ଆଜି ସରକାର ଆଉ ଏକ ନୂଆ ନିଷ୍ପତି ନେଇଛନ୍ତି । ଏଣିକି ବିଦ୍ୟାଳୟ ତଥା ଉଚ୍ଚଶିକ୍ଷା ଅଧୀନରେ ଥିବା ସମସ୍ତ ପାଠ୍ୟକ୍ରମ ପାଇଁ ଅଧ୍ୟୟନ ସାମଗ୍ରୀ ଭାରତୀୟ ଭାଷାରେ ଡିଜିଟାଲ୍ ଉପଲବ୍ଧ ହେବ। ବିଦ୍ୟାର୍ଥୀମାନଙ୍କୁ ନିଜ ଭାଷାରେ ଅଧ୍ୟୟନ କରିବାର ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆଜି ଜାରି କରାଯାଇଥିବା ଏହି ଆଦେଶରେ ସରକାର ୟୁଜିସି, ଏଆଇସିଟିଇ, ଏନସିଇଆରଟି, ଏନଆଇଓଏସ, ଇଗ୍ନୋ ଏବଂ ଆଇଆଇଟି, ସିୟୁ ଏବଂ ଏନଆଇଟି ପରି ପ୍ରତିଷ୍ଠାନର ମୁଖ୍ୟମାନଙ୍କୁ ଆଗାମୀ ତିନି ବର୍ଷରେ ସମସ୍ତ ପାଠ୍ୟକ୍ରମ ଭାରତୀୟ ଭାଷାରେ ଅଧ୍ୟୟନ ସାମଗ୍ରୀ ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Prev Post
Next Post