୧୩୭୫ଟି ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦ ପୂରଣ ପାଇଁ ଗତ ଜାନୁଆରୀ ୩୧ରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ମାର୍ଚ୍ଚ ୨ ଶେଷ ତାରିଖ ରହିଥିଲା । ୫୦ଟି ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ୧୦୬ଟି ଅପଗ୍ରେଡେଟ ଉଚ୍ଚ ମାଧ୍ୟମିକ ସ୍କୁଲରେ ଗଣଶିକ୍ଷା ବିଭାଗ ଅଧିନରେ ଏହି ନିଯୁକ୍ତି ଦିଆଯିବ । ନିକଟରେ ଆବେଦନର ଅନ୍ତିମ ତାରିଖ ମ୍ରା୍ଚ ୧୮ ତାରିଖ ପର୍ଯ୍ୟନ୍ତି ବୃଦ୍ଧି ଘୋଷଣା କରାଯାଇଥିଲା ।ତେବେ ଏହା ମଧ୍ୟରେ ପିଜିଟି ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ପବ୍ଲିକ ଆଡମିନିଷ୍ଟ୍ରେସନରେ ଏମ.ଏ ରାଜନୀତି ବିଜ୍ଞାନର ଏମ.ଏ ସହିତ ସମାନ ହେବ । କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟ ସଂସ୍କୃତରେ ଏମ.ଏମ ସହିତ ସମାନ ହେବ । ସଂସ୍କୃତ ପାଇଁ ନୂଆ ସିଲାବସ୍ ଲାଗୁ ହେବ । ସମାନ ବିଷୟକୁ ନେଇ ସ୍ପଷ୍ଟ କରିବା ନେଇ ବିଭିନ୍ନ ଅନୁରୋଧ କରାଯିବା ପରେ ଓପିଏସସି ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟ ସମସ୍ତ ନିୟମ ପୂର୍ବ ବିଜ୍ଞପ୍ତି ଅନୁସାରେ ଅପରିବର୍ତ୍ତିତ ରହିବ ।ଏଥିରେ ମୋଟ ୧୩୭୫ଟି ପଦ ଖାଲି ଥିବା ବେଳେ ପ୍ରାର୍ଥୀଙ୍କୁ ୨୩ଟି ବିଷୟରେ ନିଯୁକ୍ତି ଦିଆଯିବ । ଆନଥ୍ରୋପୋଲୋଜି, ଉଦ୍ଭିଦ ବିଜ୍ଞାନ, କମର୍ସ, କେମିଷ୍ଟ୍ରି, ଏଜୁକେସନ, ଇଂରାଜୀ, ଅର୍ଥନୀତି, ଭୂଗୋଳ, ଭୂବିଜ୍ଞାନ, ହିନ୍ଦି, ଇତିହାସ, ହୋମ ସାଇନ୍ସ, ଲଜିକ / ଫିଲୋସଫି, ଓଡ଼ିଆ, ଗଣିତ, ଫିଜିକ୍ସ, ରାଜନୀତି ବିଜ୍ଞାନ, ମନୋବିଜ୍ଞାନ, ସଂସ୍କୃତି, ସାମାଜିକ ବିଜ୍ଞାନ, ପରିସଂଖ୍ୟାନ, ପ୍ରାଣୀ ବିଜ୍ଞାନ, ଉର୍ଦ୍ଦୁ ଆଦି ବିଷୟରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post